ଶିଶୁ ପୁତ୍ର ଅପହରଣ ଓ ୫୦ ହଜାର ଟଙ୍କା ବିକ୍ରି ଘଟଣାର ୨ ମହିଳାଙ୍କ ସମେତ ୩ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସହର ଉପକଣ୍ଠ ଦହପଡ଼ା ଅଞ୍ଚଳର ୮ ବର୍ଷର ନାବାଳକଙ୍କୁ ଜଣେ ମହିଳା ଅପହରଣ କରି ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ରେ ପୋଲିସ ଅଭିଯୁକ୍ତ ମହିଳା ଓ ପିଲାଟିକୁ କିଣିଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି।ସୂଚନା ଥାଉକି, ସହଦେବଖୁଣ୍ଟା ଥାନା ଦହପଡା ଅଞ୍ଚଳର ସାବିତ୍ରୀ ସିଂ ନାମକ ମହିଳା ତାଙ୍କର ୮ ବର୍ଷର ଶିଶୁପୁତ୍ର କୁ ନେଇ ରହି ଆସୁଥିଲେ। ଗତ ତା,୨୦/୦୯/୨୦୨୩ ରିଖ ଘର କାମରେ ବ୍ୟସ୍ତ ଥିବା ବେଳେ ସହଦେବଖୁଣ୍ଟା ଗୋଧିବସା ଅଞ୍ଚଳର ରହୁଥିବା ପୂଜା ଦାସ ଓରଫ ସିଂ ନାମ୍ନୀ ମହିଳା ତାଙ୍କ ଘରକୁ ଆସି ସାବିତ୍ରୀଙ୍କ ୮ ବର୍ଷର ଶିଶୁପୁତ୍ର କୁ ଅପହରଣ କରିନେଇଥିଲେ। ଏ ସଂପର୍କରେ ସାବିତ୍ରୀ ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ।ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣାର ତଦନ୍ତ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।ଅଭିଯୁକ୍ତ ପୂଜା ଦାସ ଓରଫ ସିଂ ଶିଶୁପୁତ୍ର କୁ ଅପହରଣ କରି ଏହି ଥାନା ଅଧୀନ ଅଡର ବଜାର ଅଞ୍ଚଳର ନାଜିମା ବିବି,ସେକ ସାଫିକଗୁଲ ଅଲି ଙ୍କୁ ୫୦ ହଜାର ଟଙ୍କାର ବିକ୍ରି କରିଥିଲା।ପୋଲିସ ସେମାନଙ୍କ ଠାରୁ ଶିଶୁପୁତ୍ର କୁ ଉଦ୍ଧାର କରିବା ସହ ପୂଜା ନିକଟରୁ ୪୨ ହଜାର ୪୮୦ ଟଙ୍କା ଓ ଗୋଟିଏ ନୂଆ ମୋବାଇଲ ଫୋନ ଜବତ କରିଛି।ସହଦେବଖୁଣ୍ଟା ଥାନା ପକ୍ଷରୁ ୩୭୮/୨୩ ଦଫା ୩୬୩,୩୬୩(ଏ),୩୪୨,୩୬୫,୩୬୮,୩୭୯,୩୪ ଆଇପାଇସି ମୂଳେ ମାମଲା ରୁଜୁ କରି ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।