ଇନଡୋର ଷ୍ଟାଡିୟମ ଠାରେ ଅଲ ଓଡ଼ିଶା ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ଆଇଟିଆଇ ସ୍ଥିତ ନୂତନ ଷ୍ଟାଡିୟମ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ବାଲେଶ୍ଵର ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଶୁଭମ୍ ଶର୍ମା,ଜୋନାଲ ହେଡ୍ ଜୟପ୍ରକାଶ ସିଂ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ଚିନ୍ମୟ ବିଶ୍ଵାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟରୁ ୨୮୮ ଜଣ ପୁରୁଷ ଓ ମହିଳା ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶା ରାଜ୍ୟ ବ୍ୟାଦମିତନ୍ ଆସୋସିଏସନ୍ ର ୧୮ ଜଣିଆ ବୈଷୟିକ କର୍ମକର୍ତ୍ତା ଏହି ପ୍ରତିଯୋଗିତାକୁ ପରିଚାଳନା କରିବେ ବୋଲି ସଭାପତି ଚିନ୍ମୟ ବିଶ୍ଵାଳ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ