ଗଡଚଣ୍ଡୀ ହାଇସ୍କୁଲରେ ୪୪ତମ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗଡଚଣ୍ଡୀ ହାଇସ୍କୁଲ ସୁନ୍ଦରାପାଳ ଠାରେ ୪୪ତମ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟରୁ ୩୦୫ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଫୁଟବଲ, ଖୋଖୋ, କବାଡି ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ହେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗଡଚଣ୍ଡୀ ହାଇସ୍କୁଲ ପରିଚାଳନା କମିଟିର ସଭାପତି ସୁଧାଶୁଂ ଶେଖର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଜମ୍ଭୀରା ପଞ୍ଚାୟତର ସରପଞ୍ଚ ଘନଶ୍ୟାମ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥବବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ । ସୁବାସ ଚନ୍ଦ୍ର ଜେନା, ଶାନ୍ତନୁ କୁମାର ରାଉତ, ସତ୍ୟବ୍ରତ ସାମଲ, ପ୍ରମୋଦ କୁମାର ବେହେରା, ସୁଶାନ୍ତ ସାମଲଙ୍କ ସମେତ ବ୍ଲକର ସମସ୍ତ ଖେଳ ଶିକ୍ଷକ ମାନେ ଯୋଗଦେଇ ଏହି କ୍ରୀଡାକୁ ପରିଚାଳନା କରିଥିଲେ । ସମାଜସେବୀ ପ୍ରଦୁ୍ୟମ୍ନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ଏଲକ୍ଷ୍ମୀଧର ଜେନା, ଦେବାଶିଷ ବେହେରା, ବଳରାମ ଦାଶ, ସୁଦିତା ଜେନା, ସଚିନଦେବ ରାଉତ, ସୁଚିସ୍ମିତା ରାଉତ, ପବିତ୍ରା ରାଉତ, ଜ୍ୟୋତ୍ସ୍ନାମୟୀ ଭଞ୍ଜ, ପରିକ୍ଷିତ ସେଠୀ, ବିଶ୍ୱନାଥ ଦାଶ, ଦେବେନ୍ଦ୍ର ଖୁଣ୍ଟିଆ, ପ୍ରୀୟା ମାରିଆ ପ୍ରମୁଖ ସହଯୋଗ କରିଥିଲେ ।