ପେନସନରଙ୍କ ୧୦ ଦଫା ଦାବୀ ପୁରଣପାଇଁ ଭୁବନେଶ୍ୱର ମହାସମାବେଶ ସଫଳ କରିବାକୁ ଗଂଜାମ ଜିଲ୍ଲା ଶାଖାର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସହୀଦ ଲକ୍ଷ୍ମଣ ନାୟକ କମୁନିଟି ହଲ ଠାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ ଗଂଜାମ ଜିଲ୍ଲା ଶାଖାର କାର୍ଯ୍ୟକାରି କମିଟି ବୈଠକ ସଭାପତି ଡି. ମୋହନ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ପାଦକ ଅରୁଣ କୁମାର ବ୍ରହ୍ମା ବୈଠକର ସମ୍ପାଦକୀୟ ବିବାବରଣୀ ରଖିଥିଲେ । ସଭାପତି ମୋହନ ରାଓ ରାଜ୍ୟ ମହାସଙ୍ଘର ୧୧.୧୦.୨୦୨୩ ତାରିଖରେ ଭୁବନେଶ୍ୱରଠାରେ ପେନସନର ମାନଙ୍କ ନ୍ୟାଯ୍ୟ ଦଶ ଦଫା ଦାବୀ ହାସଲପାଇଁ ହେବାକୁଥିବା ମହାସମାବେଶ ଡାକରାକୁ କିପରି ଫଳପ୍ରଦକରିବା ପାଇଁ ପ୍ରସ୍ତାବ ରଖୁଥିଲେ। ସଂଗଠନର ସମସ୍ତ ପେନସନର ମାନଙ୍କୁ ଚିକିତ୍ସା ଭତ୍ତା,କରୋନା ସମୟର ୧୮ ମାସର ବକେୟା ମହଙ୍ଗା ଭତ୍ତା ଦେବା, ଅତିରିକ୍ତ ପେନସନ ୬୫ ବର୍ଷରୁ ପ୍ରତି ୫ ବର୍ଷରେ ୫ ପ୍ରତିଶତ ଅନୁପାତରେ ଦେବା , ପି.ଜି.ପି.ଏ. ବିଭାଗର ପୁନଃ ସ୍ଥାପନ କରିବା , ପେନସନ ନିର୍ଧାରଣରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବା, ପୁରୁଣା ପେନସନ ଲାଗୁ କରିବା, ପୂର୍ବଭଳି ବରିଷ୍ଠ ନାଗରିକ ମାନଙ୍କୁ ରେଳ ଯାତ୍ରାରେ ରିହାତିଦେବା ଆଦି ୧୦ ଦଫାଦାବୀକୁ ନେଇ ଅଲୋଚନା କରାଯାଇ ଆସନ୍ତା ତା୨୭.୦୯.୨୦୨୩ ରିଖରେ ଗଂଜାମ ଜିଲ୍ଲା ଶାଖାର ଅନୁଷ୍ଠିତ ହେବାକୁ ଥିବା ସାଧାରଣ ଅଧିବେସନରେ ଆଲୋଚନା ପାଇଁ ବହୁସଂଖ୍ୟାରେ ସଭ୍ୟମାନେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକାରୀ କମିଟିରେ ଉପସଭାପତି ସହସ୍ରନାମ ପାଠୀ, ସହସମ୍ପଦକ ନିଳାଞ୍ଚଳ ମିଶ୍ର, କୋଷାଧ୍ୟକ୍ଷ ନିରାକାର ସାବତ, ସଭ୍ୟ କେ. ନନ୍ଦେଷୁ ସେନାପତି, ବସନ୍ତ କୁମାର ପାତ୍ର,ଅଗାଧୁ ପାତ୍ର, କେଶବ ଚନ୍ଦ୍ର ଗୌଡ଼,ଗୁରୁମୁର୍ତି ପାତ୍ର, ଶ୍ରୀମତୀ ସେଫାଳି ଦାଶ , ପ୍ରଦୀପ ଦାସ,ପଞ୍ଚାନନ ଜେନା, ପ୍ରତାପ ଚନ୍ଦ୍ର ମିଶ୍ର, ଗଣେଶ ବେହେରା, ନଗେନ କୁମାର ପଟ୍ଟନାୟକ ଭାଗନେଇଥିଲେ ଓ ଜିଲ୍ଲାର ସାଧାରଣ ଅଧିବେଶନ ଓ ଭୁବନେଶ୍ୱର ମହାସମାବେଶକୁ ଗଂଜାମ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୋଗଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରିବୁ ବୋଲି ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ