ପ୍ରମୋଦ ମହାପାତ୍ରଙ୍କୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମାଟିର ପୁଅ ତଥା “ଦୈନିକ ସମାଜ”ର ସମ୍ପାଦକ ପ୍ରମୋଦ ମହାପାତ୍ରଙ୍କୁ ସହପାଠୀମାନଙ୍କ ପକ୍ଷରୁ କେନ୍ଦ୍ରାପଡାରେ ଆଜି ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମ ପରିସରରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଯୋଗଦେଇଥିବା ବନ୍ଧୁମାନେ “ଦୈନିକ ସମାଜ”ର ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ପେନ ପ୍ରଭୃତି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାର ଉତ୍ତରରେ ଶ୍ରୀ ମହାପାତ୍ର କେନ୍ଦ୍ରାପଡାରେ ଥିବା ବହୁ ପୁରାତନ ଓ ପ୍ରାଚୀନ ସ୍ଥଳି ଗୁଡିକର ପ୍ରଚାର ପ୍ରସାର କରାଯିବା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ରାପଡା କେବଳ ରାଜ୍ୟ ଭିତରେ ନୁହେଁ ସାରା ଦେଶ ଓ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରବୋଧ ଚରଣ ନାୟକ, ଗୁରୁପ୍ରସାଦ ମହାନ୍ତି, ଶତ୍‌ୃଘ୍ନ ପାଣ୍ଡବ, ବିଭୁତି ଭୂଷଣ ମହାନ୍ତି, ତପନ ନାୟକ, ଡଃ. ଗନ୍ଧର୍ବ ନାୟକ, ସକ୍ଳେଶ୍ୱର ପଟ୍ଟନାୟକ ପ୍ରମୁଖ ବନ୍ଧୁମାନଙ୍କ ଭିତରେ ସମନ୍ୱୟ ରଖିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ମହାପାତ୍ର(ଆୟୁସ), ସୁହାସିନୀ ସାମନ୍ତରାୟ, ଅଜୟ ମହାନ୍ତି, ଜ୍ୟୋସ୍ନା ମହାନ୍ତି, ଗାୟତ୍ରୀ ମହାନ୍ତି, ପଦ୍ମଶ୍ରୀ ମହାନ୍ତି, ସରୋଜିନୀ ନାୟକ, ବୈଷ୍ଣବ ଚରଣ ପ୍ରଧାନ, ରବୀନ୍ଦ୍ର ନାଥ ରଥ, କେଶବ ଚନ୍ଦ୍ର ସାହୁ, ମମତା ସାହୁ, ଲୋକନାଥ ରାଉତ, ଶାରଦାକାନ୍ତ ଦାସ, ରବୀନ୍ଦ୍ର ନାଥ ସାମନ୍ତ, ଅରୁଣ କୁମାର ନାୟକ, ଭ୍ରମରବର ବେହେରା, କାର୍ତ୍ତିକ ରାଉତ, ଗୈାରାଙ୍ଗ ଚରଣ ମହାନ୍ତି, ଭାବଗ୍ରାହୀ ସିଂ, ଶିବରାମ ସାହୁ, ଭୀମସେନ ମହାରଣା, କେଶବ ଖଣ୍ଡାଇ ପ୍ରମୁଖ ସହପାଠୀମାନେ ଉପସ୍ଥିତ ଥିଲେ । ଶ୍ରୀନିବାସ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରସନ୍ନ ସାହୁ(ବାଦଲ) ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ ଅଧ୍ୟାପକ ଅଜୟ ରାଉତ ଏବଂ ଜିଲ୍ଲା ବୋଇତବନ୍ଦାଣ ସମିତି ପକ୍ଷରୁ ଚିତ୍ତରଞ୍ଜନ ଦାସ, ଲୋହିତ ମହାନ୍ତି, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ଓ ପଞ୍ଚାୟତବାସୀମାନେ ଶ୍ରୀ ମହାପାତ୍ରଙ୍କୁ ଉଛୋସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ