କରଞ୍ଜିଆ ନାଟ୍ୟ ଉତ୍ସବ ୨୦୨୩ ପୋଷ୍ଟର ଉନ୍ମୋଚନ ଉତ୍ସବ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ନାଟ୍ୟ ଉତ୍ସବ ୨୦୨୩ ପୋଷ୍ଟର ଉନ୍ମୋଚନ ଉତ୍ସବ ଶୁକ୍ରବାର ସନ୍ଧ୍ୟା ୮ ଘଟିକା ସମୟରେ ପଲ୍ଲବୀ ନାଟ୍ୟ ସଂସ୍ଥା କରଞ୍ଜିଆ ଆନୁକୁଲ୍ୟରେ ଆଜି ଶିକ୍ଷକ ଭଵନ ଠାରେ ବର୍ଷିଆନ ଅଭିନେତା ଗୋପାଲ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତିନି ଦିନିଆ କରଞ୍ଜିଆ ନାଟ୍ୟ ଉତ୍ସବ ଅକ୍ଟୋବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ପ୍ରଥମ ଦିନର ନାଟକ ‘ଚୈ|ଧୁରୀ ନିବାସ’, ଦ୍ୱିତୀୟ ଦିନରେ ‘ତ ମା ର କାହାଣୀ’ ଏବଂ ତୃତୀୟ ଦିନରେ ‘ଏକା’ ନାଟକ ମଞ୍ଚସ୍ଥ ହେଵ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ସଭାପତି ଗୋପାଲ ଅଗ୍ରୱାଲ। ଆଜିର ଉନ୍ମୋଚନ ଉତ୍ସବର ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସିନେ ଓ ନାଟ୍ୟ ଅଭିନେତା ଉମାକାନ୍ତ ସାହା,ବର୍ଷିଆନ ଅଭିନେତା ଭୁବନ ବିହାରୀ ସାହୁ,ଯୁଗଳ କିଶୋର ଅଗ୍ରୱାଲ ଓ ଜିତେନ ରାମ ଉପସ୍ଥିତ ରହି ପଲ୍ଲବୀ ନାଟ୍ୟ ସଂସ୍ଥାର କରଞ୍ଜିଆରୁ ନାଟ୍ୟ ଅଭିନେତା ଗଢିବାରେ ପ୍ରମୁଖ ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟିକା ଶାନ୍ତି ଲତା ବାରିକ୍ ଙ୍କ ଅକାଳ ବିୟୋଗ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ପରେ ଅତିଥି ମାନଙ୍କ ଦ୍ୱାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା।ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହା ପଲ୍ଲବୀ ନାଟ୍ୟ ସଂସ୍ଥା ବିଷୟରେ ତାଙ୍କର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜନାର୍ଦ୍ଦନ ବେହେରା ପରିଚାଳନା କରିଥିଲେ।ନାଟ୍ୟ ଲେଖକ ନିର୍ଦ୍ଦେଶକ ଅନିଲ ଚାରୁଦର୍ଶୀ କରଞ୍ଜିଆରେ ନାଟ୍ୟ ଜଗତର ଅଗ୍ରଗତି ପ୍ରତି ତାଙ୍କ ପିତା ସ୍ୱର୍ଗତ ଡ଼ ପଞ୍ଚାନନ ପାତ୍ରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ଏବଂ ପଲ୍ଲବୀ ନାଟ୍ୟ ସଂସ୍ଥା ତାଙ୍କର ଏହି ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି। ପରିଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାଟ୍ୟ ଅଭିନେତା ଦୁଃଶାସନ ମହାନ୍ତ, ନଳିନୀ ଘଣା, ବିକାଶ କୁମାର ସାହୁ, ସମ୍ବିତ ପତି,ଅଙ୍କିତ ରାମ,ଗୈାରୀ ଶଙ୍କର ସିହ୍ନା ତଥା ନାଟ୍ୟ ସଂସ୍ଥାର ବହୁ କର୍ମକର୍ତ୍ତା, ସାମ୍ବାଦିକ, ଏବଂ ନାଟକକୁ ଭଲ ପାଉଥିବା ଶୁଭ ଚିନ୍ତକ ମାନେ ଉପସ୍ଥିତ ଥିଲେ।