ମାଁ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ମାଁ ଫୁଲସୁନ୍ଦରୀଙ୍କ ଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥି ଠାରୁ ୩ ଦିନ ଧରି ଏହି ଯାତ୍ରା ମାଁ ଙ୍କ ପୀଠରେ ଅନୁଷ୍ଠିତ ହେବ । ଯାତ୍ରା ର ପ୍ରଥମ ଦିବସରେ ପୁରୋହିତ ଅନାଦି ପାଣିଗ୍ରାହୀ ଓ ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମାଁ ଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଘୃତ ଯଜ୍ଞ , ହୋମଯଜ୍ଞ କାର୍ଯ୍ଯ କରିଥିଲେ । ମାଁ ଙ୍କ ସନ୍ଧ୍ୟା ଆଳତି ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଭିଡ ନିୟନ୍ତ୍ରଣ କରିବା ସକାଶେ କମିଟି ସଦସ୍ୟ ଓ ସାହି ବାସିନ୍ଦା ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା । ଶଙ୍କର ପାତ୍ର ଓ ତାଙ୍କ ସହଧର୍ମିଣୀ ଅନୀତା ପାତ୍ର କର୍ତ୍ତା ଭାବେ ପୂଜା କାର୍ଯ୍ୟ ରେ ସାମିଲ ଥିଲେ। ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଉପାଧ୍ୟକ୍ଷ ତଥା ଯାତ୍ରା କମିଟି ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବ ରେ ଯାତ୍ରା କମିଟି ସଦସ୍ୟ ବୃନ୍ଦ ଯାତ୍ରା ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।