ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ଜୋନାଲ ସ୍ତରୀୟ ଆନ୍ତଃ ବ୍ଲକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଆସନ୍ତା ୨୫ ରୁ ଛତ୍ରପୁର ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକରୁ ୧୩୬ ଜଣ ଛାତ୍ର ଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାର ପ୍ରଥମ ଦିନରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ୨ ଟି ବ୍ଳକର ୧୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେହିପରି ଉଦଯାପନୀ ଦିବସରେ ମଧ୍ୟ ଜୁନିୟର ଏବଂ ସିନିୟର ବିଭାଗରୁ ୨୨୦ ଜଣ ଛାତ୍ର ଛାତ୍ରୀ କବାଡି , ଖୋ ଖୋ , କ୍ରିକେଟ , ଫୁଟବଲ ଭଳି କ୍ରୀଡ଼ାରେ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିଲେ। କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ସମାରୋହରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ଙ୍କ ସମେତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ ,ବିଶ୍ରବା ପାଇକ , ଏସ୍. ଟିକରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ମହାରଣା ,ଫାସିଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଭୀଷ୍ମଗିରି ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ , ସିଆରସିସି ବାବୁଲାଲ ନାୟକ, ଶଙ୍କର ସେଠୀ , ସରୋଜ କାନ୍ତ ସାହୁ , ସରୋଜ ନାୟକ , ମେନସନ ପ୍ରଧାନ ସମେତ ବଡ଼ ଖେମୁଣ୍ଡି ହାଇସ୍କୁଲ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ , ମିଲନ କୁମାର ବେହେରା , ଅରୁଣ ରାଉତ ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।