ଗଞ୍ଜାମ ବ୍ଳକ ଘେରାଉ ନାଁ ରେ ଶକ୍ତି ପ୍ରଦର୍ଶନ କଲା ସିପିଏମ

ଗଂଜାମ, (ବିନୋଦ ପଲାଇ):ଭାରତୀୟ କମ୍ୟୁନିଷ୍ଟ ପାର୍ଟ(ସିପିଏମ) ପକ୍ଷରୁ ୧୫ଦଫା ଦାବି ନେଇ ପଦଯାତ୍ରା କରିବା ସହ ଗଞ୍ଜମ ବ୍ଳକରେ ନିଜର ଶକ୍ତିପଦର୍ଶନ କରିଛି। ଆଜି ପୁର୍ବତନ ସରପଞ୍ଚ ବରିଷ୍ଠ ନେତା ଦିଲ୍ଲୀପ ଛୋଟରାୟଙ୍କ ନେତୃତ୍ବରେ ହୁମ୍ମା ଠାରୁ ଗଞ୍ଜମ ବ୍ଲକ ପର୍ଯ୍ୟନ୍ତ ଦୀର୍ଘ ଦଶକିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ଗଞ୍ଜାମ ବ୍ଳକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଅଳିକିଶୋର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାସ ଚନ୍ଦ୍ର ଷଡ଼ଙ୍ଗୀ କୃଷକନେତା ହରିକୃଷ୍ଣରେଡ୍ଡୀ, ପଦ୍ମପ୍ରଧାନ, ପୁର୍ବତନ ସରପଞ୍ଚ ରାମଚନ୍ଦ୍ରନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣା ନୀତି କୁ ସମାଲୋଚନା କରିବା ସହ ଦଖଲରେ ଥିବା ଜମି, ଘରର ପଟ୍ଟା ପ୍ରଦାନ, ଲୁଣ ଜମିକୁ ଚାଷକୁ ପ୍ରଦାନ, ମଶ୍ଚଜୀବୀଙ୍କୁ ଆବାସ ଯୋଜନାରେ ସାମିଲ କରିବା,କିଷାନ ଓ କାଳିଆ ଯୋଜନାରେ କୃଷକଙ୍କୁ ସାମିଲ କରିବା, ହୀରାଧାରବାଟି କେନାଲକୁ ସମ୍ପ୍ରସାରଣ , ୩୦୦୦ଟଙ୍କାକୁ ଭତ୍ତା ବୃଦ୍ଧି କରିବା, ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରିବା, ସ୍ମାର୍ଟ ମିଟର ଲଗାଇବା ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ, ନବୀକରଣ, ପାଇଁ ପଦକ୍ଷେପ ନେବା, ମୂଲିଆଙ୍କୁ ଦୁଇଶହଦିନର କାମ ଓ ୬୦୦ ଟଙ୍କା ମଜୁରୀ ପ୍ରଦାନ, ମହିଳା ସ୍ୱଂୟ ସହାୟକ ଗୋଷ୍ଟିଙ୍କୁ ୨୦ ଲକ୍ଷଟଙ୍କାର ଋଣ ଓ ୧୦ ଲକ୍ଷଟଙ୍କାର ସବ ସିଡ ପ୍ରଦାନ ନେଇ ଦାବି କରିଥିଲେ। ଏହା କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ