ହାତୀଓଟରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇ ସ୍କୁଲ ଖେଳ ପଡ଼ିଆରେ ସେପ୍ଟେମ୍ବର ୨୩ ତାରିଖ ଦିନ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାରେ ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକ ଓ ଏନଏସି ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ପୋଲସରା ବ୍ଲକ ଓ ଏନଏସିରୁ ୧୪ ବର୍ଷରୁ କମ ବୟସ ର ୩୫ ଜଣ ଖେଳାଳି ଓ ୧୭ ବର୍ଷରୁ କମ ବୟସର ୬୬ ଜଣ ଖେଳାଳି ଯୋଗ ଦେଇଥିଲେ। ସେହିପରି ବୁଗୁଡା ବ୍ଲକ ଓ ଏନଏସିରୁ ୧୪ ବର୍ଷରୁ କମ ବୟସର ୩୦ ଜଣ ଖେଳାଳି ଏବଂ ୧୭ ବର୍ଷରୁ କମ ବୟରର ୬୯ ଜଣ ଖେଳାଳି ଯୋଗଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୋଲସରା ବିଇଓ ପିଣ୍ଟୁ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ କ୍ରୀଡା ସମ୍ପାଦକ ଜ୍ଞାନ ରଞ୍ଜନ ଜାଲି ଓ ବୁଗୁଡା ବ୍ଲକ କ୍ରୀଡା ସମ୍ପାଦକ ବିଶ୍ୱେଶ୍ୱର ଗିରି ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟ ପୁଟ, ଡିସକସ ଥ୍ରୋ, ଜାଭଳିନ ଥ୍ରୋ ପ୍ରଭୃତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୁଇ ବିଭାଗର ପ୍ରତ୍ୟେକ ଖେଳରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୩୨ ଜଣ କ୍ରୀଡ଼ାବିତଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ଉଭୟ ବ୍ଲକରୁ ଆସିଥିବା ୬୦ ଜଣ କ୍ରୀଡା ଶିକ୍ଷକଙ୍କ ସମେତ ହାତୀଓଟ ହାଇ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷକ ନିରାନନ୍ଦ ସାହୁ ସଂଯୋଜନା କରିଥିବା ବେଳେ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।