ବୁଗୁଡା ଏନଏସି ରେ “ସ୍ୱଚ୍ଛ ଚର୍ଚ୍ଚା ଦିବସ” ଓ “ସଫେଇ ମିତ୍ର ସୁରକ୍ଷା ଶିବିର” ଅନୁଷ୍ଠିତ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେପ୍ଟେମ୍ବର ୨୨ ତାରିଖ ଦିନ ଏନଏସି କଲ୍ୟାଣ ମଣ୍ଡପରେ “ସ୍ୱଚ୍ଛ ଚର୍ଚ୍ଚା ଦିବସ” ପାଳନ ହୋଇଯାଇଛି। ଆରମ୍ଭରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସିର ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଓ ଜୁନିୟର ସାନିଟେସନ ଏକ୍ସପାର୍ଟ ମୁନା ଗୌଡ଼ ଯୋଗଦେଇ ସହରର ସ୍ୱଚ୍ଛତା ବିଷୟରେ ସଚେତନତା କରିଥିଲେ। ଏହି ଅବସରରେ ବାୟୋମେଟ୍ରିକ ଉପସ୍ଥାନ ପାଇଁ କର୍ମଚାରୀଙ୍କ ଆଙ୍ଗୁଳି ଓ ମୁଖ ଚିହ୍ନଟ ହୋଇ ରେକଡ ଭୁକ୍ତ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଏନଏସିର ସଫେଇ କର୍ମଚାରୀଙ୍କୁ ଏକକ ପୋଷାକ ଓ ସଫେଇ ସମୟରେ ବ୍ୟବହୃତ ନିରାପଦ ସାମଗ୍ରୀ ପ୍ରଦାନ କରିଥିଲେ। ଏଥିସହ ସଫେଇ ମିତ୍ର ସୁରକ୍ଷା ଶିବିରରେ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ନିରାପଦ ପାଇଁ ସେମାନଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରାଯାଇଥିଲା।