ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା ଉଦେଶ୍ୟମୂଳକ ଭାବେ କରାଯାଇଥିଲା. ଏହି ଘଟଣାରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ରାୟଗଡ ଓଡିଶା ଜୀବିକା ମିଶନର ବିପିଏମକୁ ତୁରନ୍ତ ବଦଳି ସହ ୬ ଦଫା ଦାବି ନେଇ ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଧରିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଥିଲେ. ଏହି ଧାରଣା ଗତକାଲି ୩ ୟ ଦିନରେ ପହଞ୍ଚି ଥିଲା. ଗତକାଲି ସନ୍ଧ୍ୟାରେ ଗଜପତି ପ୍ରଶାସନ ସାମ୍ବାଦିକମାନଙ୍କ ଦାବି ଅନୁଯାଇ ରାୟଗଡ଼ ବ୍ଲକ ଓଡିଶା ଜୀବିକା ମିଶନର ବିପିଏମଙ୍କୁ ବଦଳି କରିଥିବା ନିଷ୍ପତ୍ତି ନେବା ସହ ଧାରଣା ପ୍ରତ୍ୟାହୃତ ପାଇଁ କହିଥିଲେ. ଏଥିରେ ସାମ୍ବାଦିକମାନେ ଗଜପତି ପ୍ରଶାସନ ସହିତ ଏକମତ ହୋଇ ଗତକାଲି ରାତିଠାରୁ ଧାରଣାକୁ ପ୍ରତ୍ୟାହୃତ କରିଥିଲେ. ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଡିଜେନ ପଢି, ପ୍ରଦୀପ ନାୟକ, ରଶ୍ମି ରଞ୍ଜନ ମିଶ୍ର, ସରୋଜ ବୀର, ସନ୍ତୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥି, ବିଜୟ କୁମାର ଗୌଡ଼, ଗଣେଶ ରାଜୁ ପ୍ରମୁଖ ସାମ୍ବାଦିକ କହିଛନ୍ତି ରାୟଗଡ ବ୍ଲକ ଜୀବିକା ମିଶନର ହିତାଧିକାରୀଙ୍କୁ ଛେଳି ଯୋଗାଣରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ରାୟଗଡ ବ୍ଲକର ସାମ୍ବାଦିକମାନେ ଖବର ପ୍ରକାଶନ କରିବାରୁ ସମ୍ପୃକ୍ତ ଅଧିକାରିଣୀ ଏଥିରେ ଉତକ୍ଷେପିତ ହୋଇ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା କେଶ ରୁଜୁ କରିଥିଲେ. ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାର ସାମ୍ୱାଦିକମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ନିନ୍ଦା କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରିଣୀଙ୍କୁ ବିହିତ କାଯ୍ୟନୁଷ୍ଠାନ ପାଇଁ ଦାବି କରି ୬ ଦଫା ନେଇ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଗତ ରବିବାର ଦିନ ପ୍ରଦାନ କରି ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା. ଧାରଣାର ୩ ୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ସାମ୍ବାଦିକ ମାନଙ୍କ ଦାବି ମୁତାବକ ଗଜପତି ପ୍ରଶାସନ ସମ୍ପୃକ୍ତ ଅଧିକାରିଣୀଙ୍କୁ ରାୟଗଡରୁ ବଦଳି କରାଯାଇଥିବା ଘୋଷଣା କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି. ହେଲେ ୬ ଦଫା ଦାବି ହାସଲ ପଯ୍ୟନ୍ତ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ ମଧ୍ୟ ଦାବି ହାସଲ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଚାଲୁ ରହିବା ନିଷ୍ପତ୍ତି ହୋଇଥିବା ଏହି ସାମ୍ବାଦିକମାନେ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ