ନିଖୋଜ ବ୍ୟକ୍ତି ର ମୃତ ଦେହ ଗଟା ବ୍ୟାରାଜରୁ ଠାବ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବିଜ୍ଞାପିତ ଅଞ୍ଚଳର ୧୦ୱାର୍ଡ ନମ୍ବର ବାସିନ୍ଦା ନୀଳ ମାଧବ ପାତ୍ର ଗତ ୨୫ ତାରିଖ ଠାରୁ ନିଖୋଜ ଥିବା ନେଇ ପରିବାର ଲୋକ ଥାନାରେ ଜଣାଇଥିଲେ. ଥାନା କର୍ମଚାରୀ ଓ ପରିବାର ବ୍ୟକ୍ତି ମାନେ ଚାରି ଦିନ ହେଲା ଖୋଜି ଟେର ପାଇନଥିଲେ. ଆଜି ଆନ୍ଦ୍ର ପ୍ରଦେଶ ବଂଶ ଧାରା ନଦୀର ଗଟା ବ୍ୟାରେଜ ଗେଟ ଠାରେ ନୀଳମାଧବ ର ମୃତ ଦେହ ମିଳିଛି. ପରେ ପୁରୁଣାପାଟନମ ଶବ ବ୍ୟବଛେଦ କରାଯାଇ କାଶୀନଗର ଥାନା ଜରିଆରେ ପରିବାରକୁ ହସ୍ତାନ୍ତର କରିବେ.