ଆଦଭିକା କପ୍ -୨୦୨୩

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାପ୍ରଶାସନ , ଏକ୍ସନଏଡ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ମିଶନ ଶକ୍ତି ମା ଏବଂ ଆଦଭିକାର ଝିଅ ମାନଙ୍କୁ ନେଇ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ମିନିଷ୍ଟାଡିୟମ ପରିସରରେ ଶନିବାର ଆଦଭିକା କପ -୨୦୨୩ ର ଏକ ଦିନିକିଆ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ଟୂର୍ଣ୍ଣାମେଣ୍ଟ କୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ନିଜେ ମଧ୍ୟ ହାତରେ କ୍ରିକେଟ ବେଟ ଧରି ଖେଳି ଏହାକୁ ଆରମ୍ଭ କରିଥିଲେ । ପରେ ଆଦଭିକା ଝିଅ ଓ ମିଶନ ଶକ୍ତି ର ମା ମାନଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ଛତ୍ରପୁର ଆଦଭିକା ଝିଅଙ୍କ ଦଳ ସହ ରଙ୍ଗେଇଲୁଣ୍ଡା ଆଦଭିକା ଝିଅ ଦଳ ଙ୍କ ମଧ୍ୟରେ ଖେଳ ହୋଇଥିଲା । ୫ଓଭରରେ ପ୍ରଥମେ ବେଟିଂ କରି ଛତ୍ରପୁର ଦଳ ୬୦ରନ ସଂଗ୍ରହ କରିଥିଲା । ଏହାକି ପିଛା କରି ରଙ୍ଗେଇଲୁଣ୍ଡା ଦଳ ୫ ଓଭରରେ ୨ଟି ଉଇକେଟ୍ ହରାଇ ମାତ୍ର ୨୬ ରନ ସଂଗ୍ରହ କରିଥିଲେ । ଯାହାଫଳରେ ଛତ୍ରପୁର ଦଳ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ ଗଂଜାମ ଆଦଭିକା ଝିଅଙ୍କ ଦଳ ସହ ମିଶନ ଶକ୍ତି ମା ମାନଙ୍କ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମେ ବେଟିଂ କରି ୫ଓଭରରେ ମିଶନ ଶକ୍ତିର ମା ମାନେ ଦୁଇଟି ଉଇକେଟ୍ ହରାଇ ୨୧ର ସଂଗ୍ରହ କରିଥିଲେ । ଏହା ଲକ୍ଷ୍ୟ କରି ଗଂଜାମ ଆଦଭିକା ଝିଅ ଦଳ ସମାନ ୫ଓଭର ଖେଳି ୨ଟି ଉଇକେଟ୍ ହରାଇ ୨୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଖେଳରେ ଅମ୍ପାୟର ଭାବେ ପିଇଟି ଶିକ୍ଷକ ବିପ୍ଲବ କୁମାର ବେହେରା ଓ ଅରୁଣ କୁମାର ମାନସିଂ ପରିଚାଳନା କରିଥିଲେ । ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣୀ କଲ୍ୟାଣି ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଣୀ ଡି.ପଦ୍ମା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଣୀ ସଂଗୀତା ପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଏକ୍ସନଏଡ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦେବବ୍ରତ ମାହୁନ୍ତ, ୟୁଥ ଫର ସୋସିଆଇ ଡଭଲମେଣ୍ଟର ଜିଲ୍ଲା ସଂଯୋଜକ ନରେନ୍ଦ୍ର ସାହୁ, ବ୍ରହ୍ମପୁର ସିଡିପିଓ-୨ କଳ୍ପନା ପାତ୍ର, ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଏହି ଟୂର୍ଣ୍ଣାମେଣ୍ଟର ଆଭୁମୁଖେ ଉପରେ ଆଲୋକପାତ କରିଥିଲେ । ପରେ ଅତିଥୀ ମାନଙ୍କ ଦ୍ୱାରା ପ୍ରଥମ ମ୍ୟାଚର ଛତ୍ରପୁର ଆଦଭିକା ଦଳର ଏସ. ପ୍ରଗତୀ ରେଡ୍ଡୀ ଓ ଦ୍ୱିତୀୟ ମ୍ୟାଚର ମିଶନ ଶକ୍ତି ଦଳ ସ୍ୱିନତୀ ବିଷୋୟୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ କପ ଓ ମାନପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲ।। ସେହିପରି ଦୁଇଟି ମ୍ୟାଚର ପରାଜିତ ଓ ବିଜେତା ଦଳ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ