ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ସଚେତନତା ସଭା ଓ ଶୋଭାଯାତ୍ରା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ରେ ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ବ୍ଲକ ଶାଖା ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥି ସହ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି l ଏଥିରେ ଫିରିଙ୍ଗିଆ ବ୍ଲକ ର ୨୪ ଟି ପଞ୍ଚାୟତରେ ଥିବା ଶତାଧିକ ଓଡିଶା ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ପ୍ରଥମେ ଗୋଛାପଡା ଠାରେ ଥିବା ଜଗନ୍ନାଥ ମନ୍ଦିର ରୁ ବ୍ୟାନର ଧରି ଏକ ବିରାଟ ସଚେତନତା ଶୋଭାଯାତ୍ରା ରେ ବାହାରିଥିଲେ। ଗୋଛାପଡା ବଜାର, ହାଟପଦା ପର୍ଯ୍ୟନ୍ତ ଯାଇ ଡ୍ରାଇଭର ମାନଙ୍କ ଉଦ୍ଦେଶ୍ୟରେ ନିଶା ସେବନ କରି ଗାଡି ନଚଳାଇବା ଓ ବିଭିନ୍ନ ସଚେତନ ସମ୍ପର୍କିତ ସ୍ଲୋଗାନ ଦେଇ ପୁଣି ଥରେ ଜଗନ୍ନାଥ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ପରେ ଜଗନ୍ନାଥ ମନ୍ଦିର ପରିସରରେ ବ୍ଲକ ଉପ ସଭାପତି ବଂଶୀଧର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପୂର୍ବରୁ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ବାରମ୍ବାର ଡ୍ରାଇଭର ମାନଙ୍କ ବିଭିନ୍ନ ଦାବିରେ ବାର ଦଫା ଦାବିକୁ ନେଇ ଓଡିଶା ସରକାର ଙ୍କୁ ଜଣାଇଥିବା ବେଳେ କୌଣସି ଦାବୀ ପୂରଣ ହୋଇ ନଥିବା ବେଳେ ସରକାର କେବଳ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ସୁଦ୍ଧା କୌଣସି ଦାବୀ ପୂରଣ ହୋଇ ନାହିଁ। ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ଡ୍ରାଇଭର ମାନଙ୍କ ପରିବାର ଓ ଗାଡି ଚଳାଉ ଥିବା ଡ୍ରାଇଭର ମାନଙ୍କ ସମସ୍ୟା କୁ ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା l ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବଂଶୀଧର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରମାକାନ୍ତ ପାଢ଼ୀ, ବ୍ଲକ ଆଡମିନ ଉମାକାନ୍ତ ହଂସ, ତ୍ରିନାଥ ବିନ୍ଧାଣି, ଅନିଲ ରଣା, ମାନୁଏଲ ଦିଗାଲ, ସୀମନ ଦିଗାଲ, ମିର୍ମଳ ବେହେରା, ଙ୍କ ସହ ବ୍ଲକ ର ଓଡିଶା ଡ୍ରାଇଭର ମହାସଂଘ ର ଶତାଧିକ ଡ୍ରାଇଭର ଉପସ୍ଥିତି ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ତେବେ ଆଗାମୀ ଦିନରେ ସରକାର ଡ୍ରାଇଭର ମାନଙ୍କ ଦାବିକୁ ଗୁରୁତ୍ୱ ନ ଦେଲେ ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ପୁଣି ଥରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସଂଘ ତରଫରୁ ସୂଚନା ମିଳିଛି l