ଅନ୍ଧାରୁଆ ପାଦପଦ୍ମ ପାହାଡ଼ରେ ନବାନ୍ନ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନ୍ଧାରୁଆ ଗ୍ରାମର ପାଦପଦ୍ମ ପାହାଡ଼ (ପ୍ରବୁଦ୍ଧ ବିହାର) ସତ୍ୟ ମହିମା ଆଶ୍ରମରେ ଚଳିତ ବର୍ଷର ନବାହ୍ନ ଉତ୍ସବ ପାଳିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ଆଦେଶ ଅନୁସାରେ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବା ବ୍ରାହ୍ମ ମୂହୁର୍ତ ସମୟରେ ଘୃତ ବତୀ ସ୍ଥାପନ କରିଥିଲେ । ତତ୍‌ପରେ ନୂଆ ଚୂଡ଼ାରେ ପ୍ରସ୍ତୁତି ନବାନ୍ନକୁ ଅମଣିହାଁ ଭାବେ ନୂଆ ଆଟିକାରେ ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କୁ ଅର୍ପଣ କରିଥିଲେ । ତତ୍‌ପରେ ନବାନ୍ନ ପ୍ରସ୍ତୁତି କରାଯାଇ ପ୍ରସାଦ ସେବନ କରାଯାଇଥିଲା । ଏହି ମହୋତ୍ସବରେ ମହିମା ଧର୍ମ ସମାଜର ପର ସନ୍ନ୍ୟାସୀ, ଅପର ସନ୍ନ୍ୟାସୀ ସାଧୁବୃନ୍ଦ ସମେତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଉକ୍ତ ମହୋତ୍ସବ ଟିକୁ ଅନ୍ଧାରୁଆ ଗ୍ରାମବାସୀମାନେ ସୁଚାରୂରୂପେ ଚଳାଇଥିବା ମହିମା ସେବା ଫାଉଣ୍ଡେସନ ସଭାପତି ଭକ୍ତ ନାରାୟଣ ଖୁଂଟିଆ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ