ବାଲିଘାଟ ଗଣ ଧାରଣାକୁ ହଟାଇଲା ପ୍ରଶାସନ

ହାଟଡ଼ିହି,(ଯୁଗାଦ୍ଦ ନ୍ୟୁଜ): ବଞ୍ଚୋ ବାଲିଘାଟକୁ ନେଇ ବଞ୍ଚୋ ଓ ସିଙ୍ଗଡୋବ ଗ୍ରାମର କିଛି ବ୍ୟକ୍ତି ଗଣ ଧାରଣାରେ ବସିଥିବାବେଳେ ପୁଲିସ ଓ ପ୍ରଶାସନର ସମସ୍ତ ଉଦ୍ୟମ ବ୍ୟର୍ଥ ହେବାପରେ ଆଜି ପ୍ରଶାସନ ପକ୍ଷରୁ ସେମାନଙ୍କୁ ଧାରଣାସ୍ଥଳରୁ ବଳପ୍ରୟୋଗ କରି ଉଠାଇ ଦେଇଛି । ଖବରରୁ ଜଣାଯାଇଛି ଯେ ବଞ୍ଚୋ ବାଲିଘାଟକୁ ହାଟଡିହି ତହସିଲ ପକ୍ଷରୁ ୫ବର୍ଷ ପାଇଁ ଲିଜ ସୁତ୍ରରେ ଦିଆଯାଇଥିଲା । ଲିଜଧାରୀ କେନ୍ଦୁଝର ଭୁତତ୍ୱ ବିଭାଗର ସହ ନିର୍ଦ୍ଦେଶକ ଚିଠିନଂ ଭିଆଇ୦୨/୨୦୧୫ରେ ମାଇନିଂ ପ୍ଲାନ ହାସଲ କରିଥିବାବେଳେ ପଲୁସନ କଣ୍ଟୋଲ ବୋର୍ଡଙ୍କ ଚିଠିନଂ ୧୩୯୨ ତା ୨୮/୧୦/୨୦୧୭ ବାଲି ଉଠାଣ ପାଇଁ ସରକାରୀ ଅନୁମତି ପାଇଥିଲେ । ସେହିପରି ନଦୀବନ୍ଧ ଉପରେ ବାଲି ପରିବହନ ପାଇଁ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଚିଠିନଂ ୯୯୮୩ତା ୫/୧୨/୨୦୧୬ ଓ ସମସ୍ତ ପ୍ରକାର ଗାଡିରେ ବାଲି ପରିବହନ ପାଇଁ ହାଟଡିହି ତହସିଲଦାରଙ୍କ ଚିଠିନଂ ୯୯୮୧ ତା ୫/୧୨/୨୦୧୬ ଅନୁଯାଇ ଲିଜଧାରୀ ୨୦୨୦ ପର୍ଯ୍ୟନ୍ତ ବାଲି ପରିବହନ କରିବେ ବୋଲି ନିର୍ଦ୍ଦେଶ ଦେବାପରେ ବାଲି ପରିବହନ କରାଯାଉଥିଲା । କିନ୍ତୁ ସିଙ୍ଗଡୋବ ଗ୍ରାମର କିଛି ବ୍ୟକ୍ତି ବାଲିପରିବହନକୁ ବିରୋଧ କରି ଗତ ତିନିଦିନ ହେଲା ଧାରଣାରେ ବସିରହିଥିଲେ । ତହସିଲଦାର, ପୁଲିସ ପ୍ରଶାସନିକ ଅଧିକାରୀ ମାନେ ବୁଝାସୁଝା କଲେ ମଧ୍ୟ ସେମାନେ ରାସ୍ତାରୁ ଉଠିନଥିଲେ । ଏପରିକି କିଛି ବାଲିବୋଝେଇ ଗାଡି ଅପରପଟେ ରହିଯିବାରୁ ଗାଡି ଚାଳକମାନେ ନାହିଁଁ ନଥିବା ଅସୁବିଧା ଭୋଗ କରିବା ସହିତ ବାଧ୍ୟହୋଇ ଆନନ୍ଦପୁର ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ଆଜି ଆନନ୍ଦପୁର ଭାରପ୍ରାପ୍ତ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଆନନ୍ଦପୁର ଆଇଆଇସି ଗଗନ କୁମାର ବିଶ୍ୱାଳ, ରାମଚନ୍ଦ୍ରପୁର, ସୋସୋ, ନନ୍ଦିପଦା ଥାନାର ଥାନା ଅଧିକାରୀମାନେ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି  ଆନ୍ଦୋଳନରୁ ହଟାଇ ଦେଇଥିଲେ । ଏହି ବାଲିଘାଟରୁ ବାଲିପରିବହନ କରିବା ସମୟରେ କିଛି ସ୍ୱାର୍ଥପର ଲୋକ ବାରମ୍ବାର ବିରୋଧ କରୁଥିବା ଯୋଗୁଁ ହାଟଡିହି ତହସିଲଦାର ତାଙ୍କ ଚିଠିନଂ ୧୭୧୫ ତା୨୦/୫/୨୦୧୯ରେ ବାଲିଘାଟର ସୁରକ୍ଷା ଯୋଗାଇ ଦେବାପାଇଁ ଆନନ୍ଦପୁର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ