ଜମନକିରା ହି୍ୟୁମାନ ଫଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଜମନକିରା, (ଲିପନ ନାୟକ):ଜମନକିରା ବ୍ଲକ ସଦର ମହକୁମା ରେ ଆଜି ପ୍ରଥମ ଦିନରେ ହି୍ୟୁମନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଶହେରୁ ଅଧିକା ସଂଖ୍ୟାକ ରୋଗୀଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ହାଇବ୍ରାଦ ସ୍ଥିତ ହ୍ୟୁମାନ କେୟାର ଫାଉଣ୍ଡେସନ ପକ୍ଷରୁ ଆଧୁନିକ ପଦ୍ଧତିରେ ଏହି ପରୀକ୍ଷା କରାଯାଉଛି l ଶରୀରର ପ୍ରାୟ ୩୬ ପ୍ରକାରର ପରୀକ୍ଷା କରାଯାଉଥିବା ବେଳେ ତାହା ବାହାରେ ପରୀକ୍ଷା କଲେ ପ୍ରାୟ ୮ହଜାର ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି l ଏଥିରେ ଡାକ୍ତର ପୂର୍ଣଚନ୍ଦ୍ର ଦଳାଇ,ଡା. ରାଜେଶ କୋଠରୀ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିବା ବେଳେ ସେମାନଂକୁ ରୁପେଶ କୁମାର, ସୁନୀଲ ଗିଟେ,ଟି ଭି ରଜୁ ସହଯୋଗ କରୁଛନ୍ତି l ଏହି ଶିବିର ଆସନ୍ତା ୯ ତାରିକ ପ୍ରର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି l