ପରିଖି ପଞ୍ଚାୟତରେ ବିଜେପିର ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଖି ପଞ୍ଚାୟତରେ ସଦର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଦଳର ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକକୁ ମଣ୍ଡଳ ସଭାପତି ଅନିଲ ପାତ୍ର ପରିଚାଳନା କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ଉକ୍ତ ବୈଠକରେ ସଦରର ନେତା ମାନସ କୁମାର ଦତ୍ତ ଆଗାମୀ ଦିନରେ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ତାଲିକା ଭୁକ୍ତ କରିବା, ପଞ୍ଚାୟତରେ ବିଭିନ୍ନ ଜନ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ତଥା ଦଳର ସଂଗଠନ ବିଷୟ ଆଦି ଦିଗରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା ରଖିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ଆହ୍ୱାନ କରିଥିଲେ । ପରେ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣହୁଙ୍କାର ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗତ ୨୩ ବର୍ଷର ସରକାରରେ ଓଡିଶାକୁ କେବଳ ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧି ହିଂସା, ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଏକ ଶାସନ ବ୍ୟବସ୍ଥା ମିଳିଛି । ରାଜ୍ୟରେ ସରକାରୀ ବିରୋଧି ଜନଆକ୍ରୋଶ ବଢିଚାଲିଛି । ରାଜ୍ୟରେ ଦୁର୍ନୀତି ସୀମା ଲଂଘିଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ କରାଯାଉଛି । ଆଜି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା, ରାସନ କାର୍ଡ, ପାଇଖାନା ସବୁଥିରେ ଦୁର୍ନୀତି ହୋଇଛି । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ମାନସ ଦତ୍ତ ଆହ୍ୱାନ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ଅମଲ ପ୍ରଧାନ, ରାଜୀବ କର, ଜୀବନ ମଣ୍ଡଳ, ସରୋଜ ପରିଡା, ମାମୁନୀ ହାତୀ, ମମତା ପ୍ରଧାନ, ସଂଯୁକ୍ତା ଜେନା, ଗୋରାଚାନ୍ଦ ମଣ୍ଡଳ, ଅମଲ ପରିଡା, ଦିଲ୍ଲୀପ ସେନାପତି, ମିଠୁ ବାରିକ, ସେଖ ଏତାବୁଲ, ଗୌରହରି ମାଇତି, କାଳିଆ ଗିରି, ଦେବୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।