ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଚୋରି
ବାଲେଶ୍ଵର, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ରେ କିଛିଦିନ ଧରି ଲଗାତାର ମୋବାଇଲ ଚୋରି ଘଟଣା ନେଇ ଟାଉନ ଥାନାରେ ୧୬ ଟି ଚୋରି ଅଭିଯୋଗ ହୋଇଥିଲା।ପୋଲିସ ଏହି ମାମଲାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତା ନିକଟରୁ ୯ ଟି ଚୋରି ମୋବାଇଲ ଜବତ କରିଛି। ତେବେ ଅନ୍ୟ ମୋବାଇଲ ଚୋରି ଘଟଣାର ଚିହ୍ନଟ କରାଯାଉଛି ବୋଲି ପୋଲିସ ଆଜି ଅପରାହ୍ନ ରେ ସୂଚନା ଦେଇଛି।ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଗିରଫ ମୋବାଇଲ ଚୋର ର ପରିଚୟ ଗୋପନ ରଖିଛି ବୋଲି ଜଣାପଡିଛି।