ବିପଦସଙ୍କୁଳ ଶ୍ରେଣୀ ଗୃହ ରେ ଚାଲିଛି ପାଠପଢା

ନିମାପଡ଼ା, (ସନ୍ତୋଷ ଦାସ):ଛାତ୍ର ଛାତ୍ରୀ ମାନେ କିପରି ଭଲ ଭାବରେ ଉନ୍ନତ ମାନର ଶିକ୍ଷା ଲାଭ କରିପାରିବେ ସେଥିପାଇଁ ରାଜ୍ୟ ସରକାର ୫ଟି ଯୋଜନା ରେ ବିଭିନ୍ନ ବିଦ୍ୟାଳୟ ର ଉନ୍ନତୀକରଣ କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବାକୁ ଶିକ୍ଷା ବିଭାଗ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତ ତିରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ଶ୍ରେଣୀ ଗୃହ ରେ ପାଠ ପଢୁଥିବାରୁ ଅଭିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ବିଦ୍ୟାଳୟ ରେ ୫ ଟି ଶ୍ରେଣୀ ରହିଥିବାବେଳେ ସମୁଦାୟ ୩୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ସାହୁ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ଗୃହ ୧୯୯୨ ମସିହାରେ ନିର୍ମାଣ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଆଉ ମରାମତି ହୋଇନାହିଁ। ଫଳରେ ବିଦ୍ୟାଳୟ ଗୃହ କାନ୍ଥ ରେ ଫାଟ ସୃଷ୍ଟି ହୋଇଛି ଓ ବର୍ଷା ହେଲେ ଛାତ ରୁ ପାଣି ଗଳୁଛି।ବିଦ୍ୟାଳୟ ଗୃହ ବିପଦ ସଙ୍କୁଳ ହୋଇପଡ଼ିଥିବାରୁ ଛାତ୍ର ଛାତ୍ରୀ ମାନେ ଭୟଭୀତ ଅବସ୍ଥା ରେ ପାଠ ପଢୁଥିବା ସୁରେନ୍ଦ୍ରନାଥ ନାୟକ ଓ ପ୍ରସନ୍ନ କୁମାର ଦାସ ପ୍ରମୁଖ ଅଭିବାବକ ପ୍ରକାଶ କରିଥିବାବେଳେ ଏ ସମ୍ପର୍କ ରେ ବାରମ୍ବାର ବ୍ଲକ ଶିକ୍ଷା ବିଭାଗ କୁ ଜଣାଇ ଥିଲେ ମଧ୍ଯ କେହି ଏ ଦିଗରେ ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କ ରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମା ଙ୍କୁ ପଚାରିବାରେ ସେ ବିଦ୍ୟାଳୟ ଗୃହ ମରାମତି ଦାଇତ୍ଵ ପଞ୍ଚାୟତ ର। ସେ ଏ ସମ୍ପର୍କ ରେ ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ତୁରନ୍ତ ବିଦ୍ୟାଳୟ ଗୃହ ମରାମତି କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ