ଆଖି ଅବୁଝା କୁ ଲୁହ ଅବୁଝା ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ
ନିମାପଡ଼ା, (ସନ୍ତୋଷ ଦାସ):ଲକ୍ଷ୍ମୀପୂଜା ଅବସର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗର ମା ଲକ୍ଷ୍ମୀ କ୍ଳବ ଆନୁକୁଲ୍ୟରେ ଆୟୋଜିତ ହୋଇଥବା ଗ୍ରାମାଞ୍ଚଳ ଯାତ୍ରା ପ୍ରତିଯୋଗିତାରେ କାକଟପୁର ବ୍ଲକ ପଥରପକା ଗ୍ରାମ ର ବାଟମଙ୍ଗଳା ଡ୍ରାମାଟିକ କ୍ଳବ ତରଫରୁ ପରିବେଷିତ ଯାତ୍ରା ଆଖି ଅବୁଝା କୁ ଲୁହ ଅବୁଝା ଶ୍ରେଷ୍ଠ ନାଟକ ଭାବେ ଘୋଷିତ ହୋଇ ପୁରସ୍କୃତ ହୋଇଛି। ଏଥି ସହିତ ନାଟକ ର ଶ୍ରେଷ୍ଠ ଆଦର୍ଶ ଚରିତ୍ର ଅଭିନେତା ଭାବେ ରମାକାନ୍ତ ନାୟକ,ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ସରିତା ପଟ୍ଟନାୟକ , ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ଆଲୋକ କୁମାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ମାନସୀ ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବ ରେ କ୍ରୀଡା, ଯୁବ ବ୍ୟାପାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଫଳତାର ଶ୍ରେୟ ସମସ୍ତ ଗ୍ରାମବାସୀ ଙ୍କ ର ଆଶୀର୍ବାଦ ବୋଲି ଶ୍ରେଷ୍ଠ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ଵାଇଁ, ସହ ନିର୍ଦେଶକ ସୁଦର୍ଶନ ନାୟକ, ପରିଚାଳକ ସତ୍ୟବ୍ରତ ନାୟକ ଓ ସଭାପତି ନିଶିକାନ୍ତ ସ୍ଵାଇଁ ପ୍ରକାଶ କରିଛନ୍ତି।