ସିପିଆଇ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଏବେ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଦ୍ୱାରା ସମଗ୍ର ବିଶ୍ୱ କବଳିତ । ଦୁର୍ବଳ ଦେଶ ଗୁଡିକର ଜନଗଣଙ୍କର ଜୀବନ ଆଜି ବିପନ୍ନ । ଇସ୍ରାଏଲ ଆକ୍ରମଣରେ ପ୍ରତିଦିନ ପାଲେଷ୍ଟାଇନର ଗାଜା ଷ୍ଟ୍ରିପ ଅଞ୍ଚଳରେ ଶହ ଶହ ନିରୀହ ଶିଶୁ ଓ ମହିଳା ମର୍ମନ୍ତୁଦ ହତ୍ୟାର ଶିକାର ହେଉଛନ୍ତି । ଏ ସମୟରେ ଜାତିସଂଘ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡିବା ଚିନ୍ତାର ବିଷୟ । ମାତ୍ର ସଦାସର୍ବଦା ଯୁଦ୍ଧ ଓ ଏକଛତ୍ରବାଦ ବିରୋଧରେ ରହି ଆସିଥିବା ଭାରତବର୍ଷର ସରକାର ଯୁଦ୍ଧକୁ ବିରୋଧ କରି ନପାରିବା ଏପରିକି ଜାତିସଂଘରେ ଯୁଦ୍ଧ ବନ୍ଦ ପାଇଁ ଭୋଟ ଦାନରୁ ବିରତ ରହିବା ଅତ୍ୟନ୍ତ ଲଜ୍ଜା ଓ ପରିତାପର କଥା ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପାଳିତ ହେଉଥିବା ପାଲେଷ୍ଟାଇନ ସଂହତି ଦିବସ ଅବସରରେ ଆଲୋଚକମାନେ ମତ ବ୍ୟକ୍ତ କରିଥିଲେ । ଏଥିସହିତ ପାଲେଷ୍ଟାଇନ ବାସୀଙ୍କ ଏପରି ଦୁର୍ଦ୍ଦଶା କାଳରେ ଭାରତବର୍ଷର ଅଗଣିତ ଶାନ୍ତିକାମୀ ଜନତା ସେମାନଙ୍କ ସହ ଆନ୍ତରିକ ଭାବେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ପରିସରରେ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ସମ୍ପାଦକ ସାଥୀ ରମଣୀ ରଞ୍ଜନ ରାଉତରାୟ, ଶ୍ରମିକ ସଂଘ ଜିଲ୍ଲା ସଭାପତି ବାବାଜୀ ଧଳ, ଅଧ୍ୟାପକ ଅଜୟ ସାମଲ, ଅଧିକାରୀ ରାଧାକାନ୍ତ ଦାଶ, ସିପିଆଇଏମ୍ ଜିଲ୍ଲା ନେତା ନରୋତ୍ତମ ପାର୍ଥସାରଥି, ବିକାଶ ଚନ୍ଦ୍ର ବେଉରା, ବୈଷ୍ଣବ ଚରଣ ସ୍ୱାଇଁ, ସଞ୍ଜୟ ବସନ୍ତିଆ, ଭଜହରି ପ୍ରଧାନ, ନନ୍ଦିନୀ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ସ୍ଥଳେ କ୍ରାନ୍ତିପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ