ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନର ପ୍ରଥମ ଦିବସରେ ବୁଥଲେଭଲ ଅଧିକାରୀ ବୁଥ ନମ୍ବର- ୧୬୮ର ଭୋଟରମାନଙ୍କୁ ଏସମ୍ପର୍କରେ ଅବଗତ କରାଇବା ସହିତ ନାମ କିମ୍ବା ଅନ୍ୟାନ୍ୟ ତଥ୍ୟ ଭୁଲ ଥିବା ଭୋଟରମାନଙ୍କ ଠାରୁ ଭୋଟର ତାଲିକାରେ ସଂଶୋଧନ ଏବଂ ନୂତନ ନାମ ପଞ୍ଜିକରଣ ନିମନ୍ତେ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ସେଠାରେ ଆୟୋଜନ କରାଯାଇଥିଲା । ଭୋଟର ତାଲିକାରେ ନାମ କିମ୍ବା କୈାଣସି ତଥ୍ୟ ଭୁଲ ଥିବା ଭୋଟରମାନେ ସେ ସମ୍ପର୍କରେ ଭୋଟର ତାଲିକା ଦେଖିବା ପରେ ବୁଥ ଲେଭଲ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଫର୍ମ ଦାଖଲ କରୁଥିଲେ । ଏହି କାର୍ଯ୍ୟକ୍ରମରେ ବୁଥଲେଭଲ ଅଧିକାରୀ ଅପରାଜିତା ମହାନ୍ତି, ସୁପରଭାଇଜର ତଥା ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସମେତ ସେହି ବୁଥର ଭୋଟରମେନେ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ୧୧,୧୯ ଓ ୨୫ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ