ଗଞ୍ଜାମ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ ଓ କଳା ପଦର୍ଶନି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଏକ୍ସ୍- ଜେନ୍ କଲେଜ୍ ଅଫ୍ ଭିଜୁଆଲ ଆର୍ଟ, ବ୍ରହ୍ମପୁର ତରଫରୁ ବିଭିନ୍ନ କଳା ପ୍ରଦର୍ଶନୀ ଏବଂ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ ଉଦଘାଟନ କରିଥିଲେ।ବିଭିନ୍ନ ଲଳିତ କଳା, ଦୃଶ୍ୟମାନ କଳା, ଚିତ୍ର ଓ ଯାନ୍ତ୍ରିକ କଳା, ଶିଳ୍ପ କଳାକୁ ସଜ୍ଜିକରଣ କରି ମହାବିଦ୍ୟାଳୟ ପଡିଆରେ ପ୍ରଦର୍ଶନୀ କରାଗଲା। ଏହା ପରେ ଶ୍ରୀ ପ୍ରଭାକର ନାହକ, ଏକ୍ସ୍- ଜେନ୍ କଲେଜ୍ ଅଫ୍ ଭିଜୁଆଲ ଆର୍ଟ, ବ୍ରହ୍ମପୁରର ଉପରୋକ୍ତ ବିଭିନ୍ନ କଳାକୁ ନେଇ ଛାତ୍ରଛାତ୍ରୀମାନେ କିଭଳି ଜୀବିକା ନିର୍ବାହ କରିପାରିବେ, ସେ ବିଷୟରେ ପି.ପି.ଟି. ଏବଂ ଭିଡିଓ ଗ୍ରାଫିକ୍ସ ଦ୍ବାରା ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି. କର୍ଡିନେଟର ଡ଼ଃ ସ୍ମରଣିକା ହୋତା ପରିଚାଳନା କରିଥିଲେ, ପ୍ରଫେସର୍ ଅମର ପ୍ରସାଦ ବିଷୋୟୀ, ପ୍ରଫେସର୍ ମମତା ପାଢ଼ୀ, ପ୍ରଫେସର୍ ଗଦାଧର ସାହୁ,ପ୍ରଫେସର ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ଼ଃ ପିତାମ୍ବର ବେହେରା,ଡ଼ଃ ଦୁର୍ଗା ପ୍ରସାଦ ଦାଶ, ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମୁଦୁଲି, ଅଧ୍ୟାପିକା ଖୁସୁବ ନାଜ୍, ଅଧ୍ୟାପକ ପୁରୁଷୋତ୍ତମ ପାତ୍ର, ଅଧ୍ୟାପକ ସୁମନ ସେଠୀ, ରଘୁନାଥ ରେଡ୍ଡୀ, ଶ୍ରୀ ସୁଶାନ୍ତ କୁମାର ଆଚାରୀ, ଶ୍ରୀ ଅବିନାଶ ପତି, ଶ୍ରୀ ହିମାଂଶୁ ଶେଖର ନାହକ, ଶ୍ରୀ ପ୍ରବୀର ପାଢ଼ୀ,ଶ୍ରୀ ଶିବ ବେହେରା, ଶ୍ରୀ କୃଷ୍ଣ ନାୟକ ତଥା ଅନ୍ୟ ସମସ୍ତ କର୍ମଚାରୀ ସମେତ ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ନିୟମିତ ଭାବେ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ