ଗଜପତିର କାଶୀନଗରରେ ସମ୍ଭାବ୍ୟ ମରୁଡି ପାଇଁ ସମିତିର ସ୍ୱତନ୍ତ୍ର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତିର କାଶୀନଗର ବ୍ଲକ ଓ ଏନଏସି ମରୁଡି ପରିସ୍ଥିତିର ନିଶ୍ଚୟ ସମ୍ମୁଖୀନ ହେବ ଏ ନେଇ ଚାଷୀକୁଳ ଚିନ୍ତିତ ଅଛନ୍ତି |ଯେ ହେତୁ ଦୀର୍ଘ ଏକ ମାସ ହେବ କାଶୀନଗର ବ୍ଲକରେ ବର୍ଷା ହୋଇନାହିଁ, ଏଣୁ ଚାଷିମାନେ ସମାନ ଧାନ କେଣ୍ଡା ଧରିବା ବେଳକୁ ବର୍ଷା ଅବାଭ ରୁ ମରୁଡି ପରିସ୍ଥିତି ର ସମ୍ମୁଖୀନ ହେବେ ବୋଲି ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ବ୍ଲକ କତୃପକ୍ଷ ଙ୍କୁ ଚିଠି ଲେଖି ପଂଚାୟତ ସମିତି ର ସ୍ୱତନ୍ତ୍ର ବୈଠକ ଡକାଇବାକୁ ପ୍ରସ୍ତାବ ଦେଇଛନ୍ତି, ଏଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକିଭରହିଲା, ଏପଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ଘନ ଘନ ବୈଠକ କରୁଥିବା ବେଳେ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ମରୁଡି ଘୋଷଣା ଦାବୀ କରିଛନ୍ତି.ଶ୍ରୀ ତିରୁପତି ରାଓ ମେଗା ଲିଫ୍ଟ, ଉଠାସେଚ ପୋଇଁଟ ଗୁଫିକ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ବିଭାଗ କୁ ତାଗିଦ କରିଛନ୍ତି | ବିଧାୟକ ମଧ୍ୟ ବିଭିନ୍ନ ଅଞ୍ଚଳ ଗସ୍ତ କରି ବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି, କିନ୍ତୁ ଚାଷ ପଶିଣ ଜଡିତ ସମ୍ପୃକ୍ତ ବିଭାଗ ଗୁଡିକ ଏ ଯାଏଁ ଚଳ ଚଞ୍ଚଳ ହୋଇନଥିବାରୁ ଶ୍ରୀ ରାଓ କ୍ଷୋଭ ପ୍ରକାଶ କରିଛନ୍ତି,| ସରପଞ୍ଚ ଶ୍ରୀ ପଟନାୟକ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆଲୋଚନା କରିବାକୁ ଦାବୀ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ