ରାସ୍ତାନିର୍ମାଣ କରାନଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାପାଳଙ୍କ ପ୍ରତିଶୃତିରେ ରହିଗଲା. ଗତ ୪ ମାସ ତଳେ ଗଜପତି ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ହୋଇନାହିଁ. ଯଦ୍ୱାରା ମିନିଗାଁ ଗୁଡା ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରୁନାହିଁ. ଗ୍ରାମବାସୀ କଦଯ୍ୟ ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଜିଲ୍ଲାପାଳ ଏନେଇ ଦୃଷ୍ଟି ଆକାଶଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଜଣାଇଛନ୍ତି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ମିନିଗାଁ ଗୁଡ଼ା ଗ୍ରାମକୁ ରାସ୍ତା ନିର୍ମାଣ ଦାବିରେ ଗତ ଚାରିମାସ ହେବ ଜିଲ୍ଲା ପ୍ରଶାସନ ଠାରେ ଗୁହାରି କରି କୌଣସି ପଦକ୍ଷେପ ନ ହେବାରୁ ମିନିଗାଁଗୁଡ଼ା ଗ୍ରାମବାସୀଙ୍କ ଦ୍ବାରା ରାଜରାସ୍ତା ଅବରୋଧ ପ୍ରକାଶ ଗତ ତା ୨୬.୦୬.୨୩ ରିଖରେ ଉକ୍ତ ଦାବିରଖି ଗ୍ରାମବାସୀମାନେ ରାସ୍ତା ଅବରୋଧ କଲେ, ଉକ୍ତ ସମୟରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ଆସି ଦୁଇମାସ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କରାଯିବ କହି, ଅବରୋଧ ଓ ରାସ୍ତାରୋକ ପ୍ରତ୍ୟାହୃତ କରାଇଥିଲେ. ହେଲେ ଆଦିବାସୀମାନଙ୍କ ଦାବି ପୂରଣ ହୋଇନାହିଁ. ଆଜିକୁ ୪ ଚାରି ମାସ ବିତିଗଲା ମଧ୍ୟ ପ୍ରଶାସନର ନିଦ ଭାଙ୍ଗିନାହିଁ , ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ପୁଣି ରାଜରାସ୍ତାରେ ଆଦିବାସୀମାନେ ମିଳିତ ଭାବେ ରାସ୍ତାଅବରୋଧ କରିବା ପାଇଁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ସୂଚନା ଦେଇଛନ୍ତି. ‎

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ