ଆହାର କେନ୍ଦ୍ର ଯାଞ୍ଚ କଲେ ପ୍ରୋବେସନର ଆଇଏଏସ ଅଫିସର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ଏନଏସି ଅନ୍ତର୍ଗତ ଆହାର କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରେବେସନର ଆଇଏଏସ ଅଫିସର ସମୀର କୁମାର ଜେନା ଯାଞ୍ଚ କରିଛନ୍ତି l ସେ ପ୍ରେବେସନର ସମୟରେ ତିନି ସପ୍ତାହ ଧରି ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ରହିବେ | ଆଜି ପ୍ରଥମ ଦିନରେ ସହର ବିଭିନ୍ନ ସାହି ପରିଦର୍ଶନ କରିଛନ୍ତି | ଛତ୍ରପୁର ମେଡିକାଲ ନିକଟରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ | ଏହାପରେ ସହରରେ ମୁକ୍ତା ଯୋଜନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ତଦାରଖ କରିଥିଲେ | ଏହାସହ ସହରରେ କଚା ରାସ୍ତା ଏବେ ଫେବର ରୋଡ଼ କାର୍ଯ୍ୟ ଜାରି ରହିଥିବା ବେଳେ ତାହା ବୁଲି ଦେଖିଥିଲେ ଏବଂ ଜାରି ରହିଥିବା ବହୁ ଉନ୍ନୟନ କାଯ୍ୟ ବୁଲି ଦେଖିଥିଲେ | ଅଧିକାରୀଙ୍କ ପରିଦର୍ଶନ ବେଳେ ଏନଏସି ର କର୍ମଚାରୀ ମାନେ ଉପସ୍ଥିତଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ