ପୋଖରୀରେ ବୁଡି ଯୁବକ ମୃତ୍ୟୁ

ପୁରୁଷୋତ୍ତମପୁରୁ, (ରମେଶ ଚନ୍ଦ୍ର ଗୌଡ଼):ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ସ୍ଥାନୀୟ ସହର ସ୍ଥିତ ଗୋପାଳବନ୍ଧ ରେ ବୁଡି ଯୁବକ ଙ୍କ ର ମୃତ ହୋଇଯାଇଛି।ମୃତ ଯୁବକଜଣଙ୍କ ହେଲେ କୁମାରୀ ର ବାବୁଲା ପଣ୍ଡା( ୪୫)। ବାବୁଲା ମଙ୍ଗଳବାର ସନ୍ଧ୍ୟା ରୁ ଘରୁ କେଉଁ ଆଡେ ପଳାଇ ଥିବା ପରିବାର କହିଛନ୍ତି। ତାଙ୍କୁ ସାରା ରାତି ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ଖୋଜ୍ ଖବର ପାଇନଥିଲେ। ସକାଳୁ ରଥସାହି ର କିଛିଲୋକେ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ, ପାଣିରେ ଏକ ଶବ ଭାସୁଥିବା ଦେଖି ପୋଲିସରେ ଖବର ଦେଇଥିଲେ । ପୋଲିସ ଓ ଦମକଳ ବାହିନୀ ପୋଖରୀ ରେପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୋଲିସ ଶବକୁ ଜବତ କରି ଅପମୃତ୍ୟୁ ୩୦ /୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ