ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଚମାଖଣ୍ଡି, ଛତ୍ରପୁର ଓ ଗଞ୍ଜାମ କମିଟିର କାର୍ଯ୍ୟକାରୀ କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଚମାଖଣ୍ଡି, ଛତ୍ରପୁର ଏବଂ ଗଞ୍ଜାମ ଜୋନାଲ କମିଟିର କାର୍ଯ୍ୟକାରି କମିଟି ସଭ୍ୟ ମାନଙ୍କର ଏକ ମିଳିତ ବୈଠକ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ପୂର୍ବତନ ସରପଂଚ ସିମାଂଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଶିଷ କାନୁନଗୋ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ରାଜ୍ୟ କାର୍ଯ୍ୟକାରି କମିଟି ସଦସ୍ୟ ଶ୍ରୀହର୍ଷ ରଥ ପ୍ରମୁଖ ଯୋଗ ଦେଇ ଦେଶ ଓ ରାଜ୍ୟର ଚଳନ୍ତି ରାଜନୈତିକ ଅବସ୍ଥା ଏବଂ ପାର୍ଟିର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ପାର୍ଟିର ପାର୍ଥୀ ମାନେ ପ୍ରତିଦ୍ୱନ୍ଦିତା କରିବା ନେଇ ରାଜ୍ୟ କମିଟିର ନିଷ୍ପତ୍ତି ପରିପ୍ରେକ୍ଷୀରେ ଆଲୋଚନା ହୋଇଥିଲା । ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାର୍ଟି ପ୍ରତିଦ୍ୱନ୍ଦିତା କରିବା ପାଇଁ ସ୍ଥିର ହୋଇଛି । ଏହା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣା ନିତୀକୁ ରାଜ୍ୟ ଓ ଜିଲ୍ଲାର ନେତା ମାନେ କଡା ସମାଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା କାର୍ଯ୍ୟ କାରୀ କମିଟି ସଦସ୍ୟ ରାଜୀବ ଲୋଚନ ପଣ୍ଡା, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ୍‌. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ନାରିନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି ଓ ଭାଗିରଥି ପ୍ରଧାନ, ଛତ୍ରପୁର ଜୋନାଲ ସହ-ସମ୍ପାଦକ ରାଜେନ୍ଦ୍ର ନାହାକ, ଏସ୍ କ୍ରିଷ୍ଣା ରେଡ୍ଡୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ଏସ୍‌. ତ୍ରିନାଥ ରେଡ୍ଡୀ, ଏନ୍‌. ସୁକାନ୍ତ ଆଚାରୀ, କୈଳାଶ ପଲାଇ, ଅଖିଳ ଭାରତ ଯୁବ ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣୀ ପାତ୍ର, ଦୀନବନ୍ଧୁ ନାହାକ, ଶରତ ପଟ୍ଟନାୟକ ଓ ନାରାୟଣ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ