ନିମାପଡ଼ା ରେ ନୂତନ ଏସଡିପିଓ ଙ୍କ ଯୋଗଦାନ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇଛନ୍ତି। ଏଠାରେ ପୂର୍ବରୁ ଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଙ୍କ ର ବରଗଡ଼ କୁ ବଦଳି ହୋଇଛି। ନୟାଗଡ଼ ର ଖଣ୍ଡପଡ଼ା ରୁ ଶ୍ରୀ ମଲ୍ଲିକ ଆସି ଏଠାରେ ନୂତନ ଏସ ଡି ପି ଓ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମଲ୍ଲିକ ପୂର୍ବରୁ ପୁରୀ ର ସି ବିଚ୍, ପିପିଲି, ବ୍ରହ୍ମଗିରି ଥାନା ରେ ଆଇ ଆଇ ସି ଭାବେ ଦକ୍ଷତା ର ସହିତ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ନିମାପଡ଼ା ପୋଲିସ ଉପଖଣ୍ଡ ଅଞ୍ଚଳ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଜନସାଧାରଣ ଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ତାଙ୍କ ର ପ୍ରାଥମିକ କାର୍ଯ୍ୟ ହେବ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।ନୂତନ ଏସଡିପିଓ ଙ୍କୁ ବିଭିନ୍ନ ଥାନା ଓ ଫାଣ୍ଡି ର ଅଧିକାରୀ, କର୍ମଚାରୀ,ରାଜନୈତିକ ନେତା, ବୁଦ୍ଧିଜିବୀ ମାନେ ସ୍ବାଗତ ଜଣାଇଛନ୍ତି।