ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ସଂଗଠନ ପକ୍ଷରୁ ସଂଚୟ ପାକ୍ଷିକ ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ସେବା ଓ ସଂଚୟ ସଂଗଠନ ବିଭାଗର ସହ ନିର୍ଦ୍ଦେଶକ ଧୃବ ଚରଣ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ପ୍ରଭାକର ରାଓ, ଖିରୋଦ କୁମାର ରଥ ଓ ପଦ୍ମନାଭ ଚୌଧୂରୀ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ଇକୋ କ୍ଲବ ଇନଚାର୍ଜ ଅଞ୍ଜନା ଶ୍ରୀ ବାଡତ୍ୟା, କ୍ରୀଡା ଶିକ୍ଷକ ଅରୁଣ କୁମାର ମାନସିଂହ, ଜୟଶ୍ରୀ ଖାଡେଙ୍ଗା, ରୋଜା ସାହୁ, ଜଗଦୀଶ ଚନ୍ଦ୍ର ପଲାଇଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅର୍ଜୁନ, ରକ୍ତ ଚନ୍ଦନ ଓ ସଚିନା ଭଳି ବିଭିନ୍ନ ରକମର ବୃକ୍ଷରୋପଣ କରିଥିଲେ