ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମପ୍ରାପ୍ତ ୨୦ଜଣଙ୍କୁ ନିଯୁକ୍ତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍‌୍ରିକାଲ୍ ଟ୍ରେଡ୍‌ରେ ତାଲିମ୍ ସମାପ୍ତ କରିବା ପରେ ପୁଣି ୨୦ଜଣ ନିଯୁକ୍ତି ପାଇଛନ୍ତି । ଚେନ୍ନାଇସ୍ଥିତ ମଦରସନ୍ ସୁମି ପ୍ରାଇଭେଟ୍ ଲିମିଟେଡ୍‌ରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସେମାନେ ଆଜି କେନ୍ଦ୍ରାପଡ଼ାରୁ ଚେନ୍ନାଇକୁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ସେମାନଙ୍କୁ ଶୁଭେଛା ଜଣାଇବା ସହ ଶୁଭକାମନା ଜ୍ଞାପନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ତାଲିମ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ସଦାସର୍ବଦା ନିଷ୍ଠାପର ଉଦ୍ୟମ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ନିକଟରେ ୧୩ ନମ୍ବର ବ୍ୟାଚ୍‌ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ