ବିଜେପି ମହିଳାମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବିଜେପି ମହିଳା ମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହକରାଯାଇଛି ଆଜି ବିହାର ବିଧାନସଭା ରେ ମହିଳା ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ କଚେରୀ ଛକ ରେ ଏକତ୍ରିତ ହୋଇ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ତୁରନ୍ତ ଯଦି ନୀତିଶ କୁମାର ସର୍ବସାଧାରଣ ରେ ମହିଳା ଙ୍କ ପ୍ରତି ଦେଇଥିବା ଏହି ଅସମ୍ମାନ ସୂଚକ ମନ୍ତବ୍ୟ ନିମନ୍ତେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ବିଜେପି ମହିଳା ମୋର୍ଚା ତରଫରୁ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ସିଧୁ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଜିଲ୍ଲା ସମ୍ପାଦିକା ସୁନାମଣି ହୋ,ଜିଲ୍ଲା କୃଷକ ଉପସଭାପତି ଝରଣା ପୃଷ୍ଟି,ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ସିଧୁ,ଜ୍ୟୋସ୍ନାରାଣୀ ମହାନ୍ତ, ନିହାରିକା ଦାସ, ଆରତୀ ଖାଟୁଆ, ଡଲିରାଣୀ ଦାସ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଲୁନା ମିଶ୍ର, ଖିରୋଦ ମହାନ୍ତ ଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ