ବୁଗୁଡା ଆଇନଜୀବୀଙ୍କ ଗଳିତ ମୃତ ଦେହ ଉଦ୍ଧାର

ବୁଗୁଡ଼ା, ( ସ୍ୱରୂପ ସୁମନ ମହାରଣା ) : ବୁଗୁଡାର ଆଇନଜୀବୀଙ୍କ ନିଜ ବାସଭବନ ଭିତରୁ ତାଙ୍କର ଗଳିତ ମୃତ ଦେହକୁ ବୁଗୁଡା ପୋଲିସ ଉଦ୍ଧାର କରିଛି। ମୃତକ ଆଇନଜୀବୀ ଜଣକ ହେଲେ ସୁରେଶ ପ୍ରସାଦ ମହାପାତ୍ର। ସେ ପ୍ରଥମେ କଟକ ଉଚ୍ଚ ନ୍ଯାୟାଳୟରେ ଆଇନଜୀବୀ ଭାବେ କାର୍ଯ୍ଯ କରୁଥିଲେ। ପରେ ନିଜ ସହର ବୁଗୁଡାକୁ ଫେରି ଓକିଲ ଭାବେ କାର୍ଯ୍ୟକରୁଥିଲେ। ବୁଗୁଡ଼ା ପ୍ରେମଚାନ୍ଦ ନଗରରେ ନିଜ ଘରେ ରହୁଥିଲେ। ତାଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସାହିର ଜନସାଧାରଣ ବୁଗୁଡା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଦେଖିଲା ବେଳେ ଘରର ସାମନା ପଟ କବାଟ ଖୋଲା ରହିଥିବା ବେଳେ ବାରିପଟ କବାଟ ବନ୍ଦ ରହିଛି । ବାରିପଟ ବାରଣ୍ତା ତଳେ ସୁରେଶଙ୍କ ଗଳିତ ମୃତ ଦେହ ଦେଖିବାକୁ ମିଳିଥିଲା । ପୋଲିସ ସୁରେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚିବା ପରେ ପୋଲିସ ଆଇନଜୀବୀଙ୍କ ଗଳିତ ମୃତ ଦେହ ଉଧାର କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଶର୍ମିଷ୍ଠା ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ