ରାସନ କାର୍ଡ ଆବାସରୁ ବଞ୍ଚିତ ସ୍ବାମୀ ପରିତ୍ୟକ୍ତ ମହିଳା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀ ସରକାରଙ୍କ ପକ୍ଷରୁ କରାଯାଇଥିବା ମୌଳିକ ଅଧିକାର ପାଇବାରେ ବଞ୍ଚିତ ରହିଛନ୍ତି। ଯୋଜନା କିଭଳି ଭାବେ ବାଟବଣା ହେଉଛି ତାହା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ପଞ୍ଚାୟତ କାଇଠବେଢ଼ା ଗ୍ରାମରେ ଦେଖିବାକୁ ମିଳିଛି। ଦେଶରେ ଭୁକା କେହି ରହିବେ ନାହିଁ ପ୍ରଧାମନ୍ତ୍ରୀ ଅର୍ଣ ଯୋଜନା ରେ ଦେଶରେ ୮୦ କୋଟି ଜନତା ଙ୍କୁ ମାଗଣା ରେ ରାସନ ସାମଗ୍ରୀ ହିତାଧିକାରୀ ଙ୍କୁ ମିଳୁଥିବା ବେଳେ ସାନଖେମୁଣ୍ଡି ଯୋଗାଣ ବିଭାଗ ର ଦୃଷ୍ଟି ଆଢ଼ୁଆଳରେ ବଞ୍ଚିତ ହେଉଛନ୍ତି।ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଦେଖାମିଳୁନି ।ସ୍ବାମୀ ପରିତ୍ୟକ୍ତ ମହିଳା ଏବଂ କୋମଳମତି ଦିବ୍ୟାଙ୍ଗ ଝିଅ।ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କାଇଠ ବେଢ଼ା ଗ୍ରାମର ଦମୟନ୍ତୀ ନାହକ ଙ୍କ ଝିଅ ବାସନ୍ତି ନାହାକ ଦୀର୍ଘ ୧୧ ବର୍ଷ ହେଲା ନିଜ ଗ୍ରାମରେ ଚିନ୍ମୟ ପାତ୍ର ଙ୍କୁ ବିବାହ କରିଥିଲେ।ବିବାହର ୨ ବର୍ଷ ପରେ ଦିବ୍ୟାଙ୍ଗ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲେ।ଅନ୍ୟପଟେ ସ୍ବାମୀଙ୍କ ବେମାର ରୋଜଗାର ନାହିଁ ପରିବାର ଚଳିବା କଷ୍ଟ ସ୍ଵାମୀଙ୍କ ପରିବାର ଲୋକେ ଯନ୍ତ୍ରଣା ଦେବା ଘରୁ ବାହାର କରିଦେବା ଫଳରେ ମାଆ ଘରେ ୭ ବର୍ଷ ହେଲା ରହୁଥିବା ବେଳେ ଏବେ ମାଆ ଘରେ ମଧ୍ୟ ଘରୁ ବାହାର ଯିବା ପାଇଁ କହୁଛନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣକ ଦିବ୍ୟାଙ୍ଗ ୯ ବର୍ଷର ସ୍ୱାଗତିକା ନାହକ କୁନେଇ କେଉଁଆଡେ ଯିବେ ତାହା ଏବେ ବିସ୍ମିତ କରିଛି।ରୋଜଗାର ନାହିଁ, ଘର ନାହିଁ,ଖାଇବାକୁ ମୁଠାଏ ଚାଉଳ ନାହିଁ।ଆଜି ବି ଏ ଦୁନିଆରେ ଏଭଳି ପରିସ୍ଥିତି ଯନ୍ତ୍ରଣାରେ କାଳାତିପାତ କରିଛନ୍ତି। ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚାଇବା ରେ କେଉଁଠି ନା କେଉଁଠି ବାଟବଣା ହେଉଛି। ନିଜର ରାସନ କାର୍ଡ ଏବଂ ଆବାସ ଗୃହ ନିମନ୍ତେ ବାସନ୍ତି ନାହକ ୯ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟା ଙ୍କୁ ନେଇ ସାନଖେମୁଣ୍ଡି ବ୍ଲକ ରେ ନିବେଦନ କରିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଅବହେଳିତ ନିର୍ଯାତିତା ପରିବାର କୁ ଯଥା ଶୀଘ୍ର ସରକାରୀ ଯୋଜନାରେ ସାମିଲ କରିବାକୁ ଗଦାଧର ସ୍ବାଇଁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ