ବରିଷ୍ଟ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତିଙ୍କ ପରଲୋକ।
ବାଲେଶ୍ୱର, (ସରୋଜ ପଣ୍ଡା) : ବରିଷ୍ଟ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତିଙ୍କ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି, ସେ ପ୍ରଥମେ ୧୯୮୪ ମସିହାରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ସମ୍ବାଦ, ପରେ ଆଜିକାଲି, ଅନୁପମ ଭାରତ, ବିଶେଷ ଖବରରେ କାର୍ଯ୍ୟ କରି ଆସୁଥିଲେ, ଆଜି ସକାଳେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସଙ୍ଗେ ସଙ୍ଗେ ସେଠାରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ପହଁଞ୍ଚି ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀର କୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଟକୁ ଅଣାଯାଇଥିଲା, ସେଠାରେ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଐଶର୍ଯ୍ୟା ସାମନ୍ତ, ସମସ୍ତ କର୍ମଚାରୀ,ଏବଂ ଜିଲ୍ଲା ସ୍ତରୀୟ ବରିଷ୍ଟ ସାମ୍ବାଦିକ ଶିବଦାସ କୁଣ୍ଡୁ, ରଞ୍ଜନ ବାଗ, ଗଙ୍ଗାଧର ରାଉତ,ଉଵାଚକ ମହାନ୍ତି,ଦେବବ୍ରତ ପାଣିଗ୍ରାହୀ,ବ୍ରହ୍ମନନ୍ଦ ସ୍ୱାଇଁ,ଉଜ୍ୱଳ କର,ଆଶୁତୋଷ ମଲ୍ଲିକ, ଜୀବନ ନାୟକ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ସନ୍ଦୀପ୍ତ ଦାସ,କଞ୍ଜମଣି ସ୍ୱାଇଁ,ଅପର୍ଣ୍ଣା ପଣ୍ଡା,ରଂଜିତ ଦାସ,ଶତ୍ରୁଘନ ମଲ୍ଲିକ, ପ୍ରଜ୍ଞା ପାରମିତା ବିଶ୍ୱାଳ, ରୋଟାରୀଆନ ଯୋଷଦା ନନ୍ଦନ ଆସ, କବି କାଳିପଦ ପଣ୍ଡା,ସମାଜସେବୀ ଗୋପମୁଦ୍ରା ମହାପାତ୍ର, ବିପ୍ଳବ ମହାନ୍ତି ପ୍ରମୁଖ ତାଙ୍କ ମର ଶରୀର ପାଖରେ ପୁଷ୍ପ ମାଲ୍ୟଅର୍ପଣ କରି ଶେଷ ଦର୍ଶନ କରିଥିଲେ।ପରେ ତାଙ୍କ ମରଶରୀର କୁ ବାସୁଦେବ ପୁର ପୌରପାଳିକା ୧୮ନଂ ୱାର୍ଡ ବାଖରପୁର ସ୍ଥିତ ବାସଭବନ କୁ ନିଆଯାଇଥିଲା। କେବଳ ସେ ଜଣେ ସାମ୍ବାଦିକ ନଥିଲେ ସେ ଏକାଧାରରେ ଜଣେ ସୁବକ୍ତା ସହ ଜଣେ କବି, ସାହିତ୍ୟିକ, ଗାଳ୍ପିକ, ତଥା ଜଣେ ଦରଦୀ ମଣିଷ ଥିଲେ, ଓ ୟୁ ଡବ୍ଲୁ ଜେ ବାଲେଶ୍ୱର ଜିଲ୍ଲା ସଭାପତି, ଉତ୍କଳ ସମ୍ମିଳନୀର କାର୍ଯ୍ୟ ନିର୍ବାହୀ ସଦସ୍ୟ, ବାଘାଯତୀନ ଉନୟନ କମିଟି ର ସଦସ୍ୟ, ଚାନ୍ଦିପୁର ବେଳାଭୂମି ମହୋତ୍ସବ କମିଟି ର ପ୍ରତିଷ୍ଠାତା ସଦସ୍ୟ, ଫକୀର ମୋହନ ସାହିତ୍ୟ ପରିଷଦ ସଦସ୍ୟ, ସ୍ରଷ୍ଟା ସୃଷ୍ଟି ସଂଗଠନ ର ସଭାପତି, ଡ଼ ହରେକୃଷ୍ଣ ମହତାବ କମିଟିର ସଭାପତି ତଥା ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ନିର୍ଭିକ ଭାବରେ ନିଜର କର୍ଯ୍ୟ ସମ୍ପାଦନ କରିଥିଲେ।ତାଙ୍କ ମୃତ୍ୟୁ ରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।ନିଜ ବାସଭବନ ରେ ବହୁ ବୁଦ୍ଧିଜୀବୀ, ରାଜନୈତିକ, ସାମ୍ବାଦିକ, ଶିକ୍ଷାବିତ ଏବଂ ଗ୍ରାମବାସୀ ପହଁଞ୍ଚି ଶେଷ ଦର୍ଶନ କରିଥିଲେ।