ଗୀତାଞ୍ଜଳିର ବିଜୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ସଂଗୀତ, କଳାର କାର୍ଯ୍ୟକ୍ରମ ତଥା ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନର ସଭାପତି ଡ. ସୁଭାଷ କୁମାର ମୁଖାର୍ଜୀଙ୍କ ସଭାପତିତ୍ୱ, ଉପଦେଷ୍ଟା ସଜାଲେନ୍ଦୁ ମାଲାକାର ଓ ସାଧାରଣ ସଂପାଦକ ତପନ କୁମାର ରାହାଙ୍କ ଅନୁପ୍ରାଣିତ ବକ୍ତବ୍ୟ ଦ୍ୱାରା ସଂଗୀତ, ନୃତ୍ୟ, ତବଲା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶ୍ୱଗୁରୁ ରବୀନ୍ଦ୍ରନାଥଙ୍କ କାଳଜୟୀ ସଂଗୀତକୁ ଆଧାର କରି ସୋମନାଥ ମିଶ୍ର, ଡ. ସଜାଲେନ୍ଦୁ ମାଲାକାର, ସୁଜାତା ଚାଟାର୍ଜୀ କବିତା ପରିବେଶଷ କରିଥିଲେ । ଏଥିସହିତ ପିଆସି ଦେ ବିଶ୍ୱାସ, କମଲେସ ସିଂହ୍ନା, ଶୁଭ୍ରା ମିଶ୍ରା ସୁମଧୂର ସଂଗୀତ ପରିବେଷଣ କରିଥିବାବେଳେ ଦୋଲଣ ଚାଟାର୍ଜୀ ତବଲା ବାଦ୍ୟରେ ତାଙ୍କ ଯାଦୁକରୀ ଦେଖାଇଥିଲେ । କଲ୍ୟାଣ କୁମାର ମଜୁମଦାର ନିଜସ୍ୱ ସଂଯୋଜନାରେ ସଂଗୀତ ଗାନ କରିଥିବାବେଳେ ସାଂସ୍କୃତିକ ସଚିବ ସୋମନାଥ ମିଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଆବାହକ ସୁଜାତା ରାହା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ