ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବଵୃହତ୍ତମ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଆଜି ମୟୂରଭଂଜ ଆଦିବାସୀ ଛାତ୍ର ସଂଗଠନ( ମାସା) ତରଫରୁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ସମସ୍ୟା ମଧ୍ୟରେ ବିଭିନ୍ନ କୋଠରୀର ନାମଫଳକ ନାହିଁ ,ନୂତନ କୋଠରୀରେ ରୋଗୀଶଯ୍ଯାର ଅଭାବ,ନୂତନ କୋଠରୀରେ ସିସି କେମେରା ନ ଲଗାଯିବା,ପ୍ରବେଶ ଦ୍ଵାର କାମ ସ୍ଥଗିତ,ଆବଶ୍ୟକୀୟ ଡାକ୍ତର ଓ ନର୍ସ ନିଯୁକ୍ତି,ଛୋଟ ଛୋଟ ସମସ୍ୟା ନେଇ ରୋଗୀମାନଙ୍କୁ ଅଯଥା ବାରିପଦା ସ୍ଥାନାନ୍ତରିତ କରିବା, ଶବକୁ ଏଣେ ତେଣେ ନ ରଖି ଶବ ଗୃହରେ ରଖିବା ଇତ୍ୟାଦି । ସାଧାରଣ ଜନତାଙ୍କ ଏହି ମୌଳିକ ସମସ୍ୟା ପ୍ରତି ଗୁରୁତ୍ବ ଦେବାପାଇଁ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କୁ ଅବଗତ କରାଇବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ମାସା ସଂଗଠନର ଵାମନଘାଟୀ ସଭାପତି ସୁନିଲ ସୋରେନ ,ସଂପାଦକ ରାମ ମୁର୍ମୁ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ । ଆଗକୁ ଯଦି ଏହାର ସମାଧାନ କରା ନ ଯାଏ ତାହାହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବା ସେଥିପ୍ରତି ହସ୍ପିଟାଲ କତୃପକ୍ଷ ଦାୟୀ ରହିବେ ବୋଲି ନେତୃବୃନ୍ଦ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ