ହାଟଡିହି ପଞ୍ଚାୟତ ସମିତିର ୫ମ ଅଧିବେଶନ, ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତ୍ତିର ୫ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅନେକ ବିଭାଗର ଅଧିକାରୀଙ୍କ ବଦଳରେ କର୍ମଚାରୀମାନେ ସମିତି ବୈଠକକୁ ଆସୁଥିବାରୁ ଅଧିକାଶଂ ବିଷୟରେ ସଠିକ ଆଲୋଚନା ହୋଇପାରୁ ନଥିବାରୁ ସରପଞ୍ଚ ଓ ସମିତ୍ତିସଭ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅନେକ ବିଭାଗର ଅଧିକାରୀ ମାନେ ଆସେୁନଥିବାବେଳେ ଆଉ କିଛି ବିଭାଗର ତଳିଆ କର୍ମଚାରୀମାନେ ବ÷ଠକକୁ ଆସିବା ଦ୍ୱାରା ସରପଞ୍ଚ କି ସମିତ୍ତି ସଭ୍ୟ ମାନଙ୍କ ଉତ୍ତର ଦେଇପାରୁ ନଥିବାରୁ ବୈଠକର ଗୁରୁତ୍ୱ ରହୁନାହିଁ ବୋଲି ସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ବୈଠକରେ ସମସ୍ତ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ବିଡିଓ ଆଶ୍ୱାସନା ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏଥିରେ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତୀ ଯେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଯେନା, ବିଧାୟକଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ତହସିଲଦାର ହାବିଲ ଖାଖା, ସହକାରୀ ନିର୍ବାହୀଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନା, ଦିପାଶ୍ରୀ ସିଂ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ପୁର୍ବତନ ବାଚଷ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଗୋଟିଏ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ବ୍ଲକର କୃଷି, ଶିକ୍ଷା, ଜଂଗଲ ଓ ପରିବେଶ, ପାନୀୟଜଳ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିବାବେଳେ ୨୩୭୦ଜଣ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାଇକେଲ ଦିଆଯିବା ସମ୍ପର୍କରେ ସୁଚନା ଦେଇଥିଲେ । ବିଭିନ୍ନ ସ୍କୁଲରେ ତôବା ଶିକ୍ଷକ ଅଭାବକୁ ତୁରନ୍ତ ପୁରଣ କରାଯିବ ବୋଲି ସେ କହିଥିଲେ । ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ମାଣ୍ଡିଆ ଚାଷ ଉପରେ ଗୁରୁତ୍ୱ ଦିଆଯାଉଥିବା ଓ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଉପରେ ସୁଚନା ଦେଇଥିଲେ । ଜଂଗଲ ବିଭାଗ ଆଲୋଚନା ସମୟରେ ହଦଗଡ ରେଞ୍ଜର ଅନୁପସ୍ଥିତ ରହିବାକୁ ନେଇ ସଭ୍ୟମାନେ ହୋ ହଲ୍ଲା କରିଥିଲେ । ଏହି ବିଭାଗରେ ଅନେକ ସମସ୍ୟା ଥିବାବେଳେ ଅଧିକାରୀ ଅନୁପସ୍ଥିତ ରହି ଜଣେ ଫରେଷ୍ଟରଙ୍କୁ ପଠାଇବା କେତେଦୁର ଯଥାର୍ଥ ବୋଲି ସଭ୍ୟସଭ୍ୟା ମାନେ ପ୍ରଶ୍ନ ଉଠାଇଥିଲେ । ସେହିପରି ବଞ୍ଚୋ ଗ୍ରାମରେ ପାଇପ ଯୋଗେ ପାନୀୟଜଳ ବ୍ୟବସ୍ଥା ବନ୍ଦ ହୋଇଯିବା ସମ୍ପର୍କରେ ଉପାଧ୍ୟକ୍ଷ ରତିକାନ୍ତ ରାଉତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଟଡିହି ବ୍ଲକରେ ମେଗା ୱାଟର ପୋ୍ରାଜେକ୍ଟ କାର୍ଯ୍ୟ ଚାଲିଥିବା ସମୟରେ ନଷ୍ଟ କରାଯାଇଥିବା ରାସ୍ତା ଗୁଡିକ ଠିକାସଂସ୍ଥା ଆଜି ପର୍ଯ୍ୟନ୍ତ ନିର୍ମାଣ ନକରିବା, ସମସ୍ତ ଗାଁକୁ ପାଇପ ବିଛା ନଯିବା ଆଦି ସମ୍ପର୍କରେ ସରପଞ୍ଚ ଦିନେଶ ସେଠୀ, ରବିନ୍ଦ୍ର ଯେନା, ପ୍ରଶାନ୍ତ ରାଉତ, ଅଜିତ ରାଉତ, ନିରୁପମା ନନ୍ଦି ପ୍ରମୁଖ ଅଭିଯୋଗ କରିଥିଲେ । ଏପରିକି ଅନେକ ଗାଁରେ ନଳକୂପ ଅଚଳ ହୋଇପଡିଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସନ୍ତା କାଲିଠାରୁ ନଳକୂପ ମରାମତି କରାଯିବା ସହିତ ମାର୍ଚ୍ଚ ମାସ ସୁଧା ସମସ୍ତ ରାସ୍ତା ନିର୍ମାଣ ସରିଯିବ ବୋଲି ଯନ୍ତ୍ରୀ ଉତ୍ସବ ଜେନା ମତ ରଖିଥିଲେ । ସେହିପରି ଅଦôକାଶଂ ଏଲ.ଆଇ ସେଣ୍ଟର କାର୍ଯ୍ୟକ୍ଷମ ହେଉନଥିବାରୁ ପଶୁଚିକିତ୍ସା ଠିକ ଭାବେ ହୋଇପାରୁନି ବୋଲି ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବ୍ଲକ ପଶୁଚିକିତ୍ସା ଅଧିକାରୀ ଡ. ରଶ୍ମୀ ରଞ୍ଜନ ନାୟକ ୧୬ଟି ଏଲଆଇ ସେଣ୍ଟର ଥିବାବେଳେ ମାତ୍ର ୮ଜଣ ଏଲ.ଆଇ ଥିବାରୁ ଏପରି ସମସ୍ୟା ଦେଖା ଦେଇଛି ବୋଲି କହିତôଲେ । ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ ଶାସଙ୍ଗ ଠାରେ ଏକ ଏଲ.ଆଇ ସେଣ୍ଟର ଖୋଲଯିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହିଳା ଓ ଶିଶୁ ବିକାଶ ଆଲୋଚନା ସମୟରେ ବ୍ଲକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବାବେଳେ ଅବଶିଷ୍ଟ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠି କର୍ମୀଙ୍କ ଘରେ ଚାଲୁଥିବାରୁ ନାନା ଅସୁବିଧା ଉପୁଜୁଛି ବୋଲି ସରପଞ୍ଚ ରବିନ୍ଦ୍ର ଯେନା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଆବାସ ଯୋଜନାରେ ହିତାଧିକାରୀ ମାନେ ନାନା ଅସୁବିଧା ଭୋଗ କରୁଥିବା ଆଲୋଚନାରେ ସେ ସମସ୍ୟାର ଅତିଶୀଘ୍ର ସମାଧାନ ହୋଇଯିବ ବୋଲି ବିଡିଓ କହିଥିଲେ । ସଭ୍ୟ ସରପଞ୍ଚ ମାନେ ବ୍ଲକ କାର୍ଯ୍ୟାଳୟକୁ ଆସୁତବବା ସମୟରେ ସେମାନଙ୍କ ଅପେକ୍ଷା କରିବା ପାଇଁ କୌଣସି ଘର ନଥିବାରୁ ଏକ ଘରର ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରତିାୃତି ଦେଇତôଲେ । ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ପାଇଁ ପରିଚୟପତ୍ରର ବ୍ୟବସ୍ଥା କରିବାକୁ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିତôଲେ । ତୁରନ୍ତ ଏହାର ସୁବ୍ୟବସ୍ଥା କରାଯିବ ବୋଲି ବିଡିଓ ମତ ରଖିଥିଲେ । ଶେଷରେ ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ