ହାଟଡିହିରେ ଆନ୍ତର୍ଜାତିକ ପୃଷ୍ଟିଶସ୍ୟ ସଚେତନତା ପଦଯାତ୍ରା
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ମରୈଗାଁ ଠାରେ ଆନ୍ତର୍ଜାତିକ ପୃଷ୍ଟିଶସ୍ୟ (ମାଣ୍ଡିଆ) ଦିବପସ ଅବସରରେ କୃଷି ବିଭାଗ ଓ ସହଯୋଗୀ ସଂସ୍ଥା ‘ତଦାଶା’ ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ପଦଯାତ୍ରାକୁ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏଥିରେ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ, ‘ତଦାଶା’ ର ସମ୍ପାଦକ ଅକ୍ଷୟ କୁମାର ଚକ୍ର, ସହଯୋଗୀ କୃଷି ଅଧିକାରୀ ସେନାଲି ପ୍ରୀୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ପଦଯାତ୍ରାରେ କୃଷକ, ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ତଦାଶାର କର୍ମକର୍ତ୍ତା ମାନେ ଯୋଗଦେଇ ମରୈଗାଁ ଗ୍ରାମ ସହିତ ବଜାର ପରିକ୍ରମା କରି ମାଣ୍ଡିଆଚାଷ ଓ ଖାଦ୍ୟ ବ୍ୟବହାର ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ଓଭରସିୟର ରଣଜିତ କୁମାର ସାମଲ, ନିରଞ୍ଜନ ରଥ, ଗ୍ୟାମ୍ୟ କୃଷି କର୍ମଚାରୀ ବ୍ରଜ କିଶୋର ମୁଣ୍ଡା, ଉମେଶ ଚନ୍ଦ୍ର ପ୍ରଧାନ, ଜଗବନ୍ଧୁ ପାତ୍ର, ସାନୁୱାନ ଖାଁ, ନନ୍ଦ କିଶୋର ଓଝା, ତଦାଶା ର କର୍ମଚାରୀ ବିଜୟ କୁମାର ରାଉତ, ମନୋରଞ୍ଜନ ରାଉଳ, ଜ୍ଞାନେନ୍ଦ୍ର ନାୟକ, ପ୍ରଦୀପ କୁଅଁର, ପ୍ରଶାନ୍ତ ପହି, ନାରାୟଣ ନାୟକ, ସନାତନ ସାମଲ, ଗାୟତ୍ରୀ ସାହୁ, ଝରଣା ଦେହୁରୀ, ସୁବ୍ରତ ଜେନା, ସୁବ୍ରତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।