ଗଜପତିର ରାୟଗଡ଼ ଠାରେ ବିଜେଡିର ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ନିର୍ବାଚନକୁ ଆଖୁ ଆଗରେ ରଖ୍ ବିଜୁ ଜନତା ଦଳ କେବେ କୌଣସି କାର୍ଯ୍ୟକ୍ରମ କରେ ନାହିଁ। ସବୁବେଳେ ବିକାଶର କାର୍ଯ୍ୟ କରିଥାଏ। ଏହି ବିକାଶ ଧାରା ମୋହନା ନିର୍ବାଚନମଣ୍ଡଳୀରେ ଚାଲିଛି। ରାଜ୍ୟର ବିକାଶକୁ କିପରି ତ୍ୱରାନ୍ବିତ କରାଯିବ ତାହା ଆମର ଲକ୍ଷ୍ୟ ବୋଲି ମୋହନା ନିର୍ବାଚନ ମଣ୍ଡଳୀ ରାୟଗଡ଼ ବ୍ଲକର ବଡ଼ ଗାଁରେ ଅନୁଷ୍ଠିତ ବିଜେଡିର ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି। ସାଂସଦ ପ୍ରତିନିଧୂ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ନେତୃତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ଡ.ପାତ୍ର ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୋହନା ନିର୍ବାଚନମଣ୍ଡଳୀର ୧୩ ଓ ୧୪ ନମ୍ବର ଦୁଇଟି ଜୋନର ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏଥିରେ ଡ ପାତ୍ର, ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ଛାତ୍ର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଥଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥ‌ିବା ବେଳେ ରାୟଗଡ଼ ବ୍ଲକରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୋହନା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ପୃଥ‌ିବୀରାଜ ସାହୁ, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବରା ତିରୁପତି ରାଓ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମରିୟମ୍ ରଇତ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସଭ୍ୟା ଗୌତମୀ ଜାନିଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧୂ, ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ସୀମା ମହାନ୍ତି ପରିଚାଳନା କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍ ବିଜୟ କୁମାର, ଛାତ୍ର ସଭାପତି ଜୁନସ ସ୍କାଲସିଂ, ଯୁବ ସଭାପତି ମାଗୁଣି ମହାପାତ୍ରଙ୍କ ସମେତ କର୍ମୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ