ସମସ୍ୟା ଓ ତାର ସମାଧାନ ପାଇଁ ଦୁର୍ଗମ ଅଞ୍ଚଳ ଗ୍ରସ୍ତ କଲେ ଜିଲ୍ଲା ପରିଷଦ ସଭ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ମୋହନା ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଲୋକଙ୍କୁ ଭେଟିବା ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଶୋୟୀ. ଗତକାଲି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଶୋୟୀ ବଡ଼ସିନ୍ଧବା ପଞ୍ଚାୟତର ଆନେକ ଗାଁ ପାଦ ଚଲାରେ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ. ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ପ୍ରତିଶୃତି ଦେବା ସହ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ଲୋକ ମାନଙ୍କ ପାଖରେ କିପରି ସୁବିଧାରେ ପହଞ୍ଚିବ ସେ ନେଇ କାର୍ଯ୍ୟ କରିବେ ବୋଲି ଜିଲ୍ଲା ପରିଷଦ ସୁନୀଲ କୁମାର ବିଷୋୟୀ ଗ୍ରାମାଞ୍ଚଳବାସୀଙ୍କୁ ଜଣାଇଛନ୍ତି.