ଗଜପତିର କାଶୀନଗରରେ ମରୁଡିର ପ୍ରତିଧ୍ୱନି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କାଶୀନଗର ବ୍ଲକରେ ପ୍ରାୟ ୫୫୭୨ ହେକ୍ଟର ଜମିରେ ଚାଷ ହୋଇଛି। ବର୍ଷା ଅଭାବ ସାଙ୍ଗକୁ ଉଠା ଜଳସେଚନ ସୁବିଧା ନଥିବାରୁ ଜମି ଫାଟି ଆଁ ହୋଇ ରହିଛି. ଯାହାକି ଜଳାଭାବ ଯୋଗୁ ଧାନ ଫସଲ ପୋଡି ଯିବା ସହ ଉର୍କଟ ମରୁଡି ଦେଖା ଦେଇଛି. ଚାଷ କାମ ଆରମ୍ଭରୁ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଚାଷୀମାନେ ଋଣ ଦ୍ୱାରା ଖର୍ଚ୍ଚାନ୍ତ ହୋଇଥିବାବେଳେ ରଣ କିପରି ସୁଝିବ ଏନେଇ ଚାଷୀ ଚିନ୍ତାରେ ରହିଛି। ଅଭାବି ବର୍ଷା ହେତୁ ଚାଷ କାର୍ଯ୍ୟ ଆରମ୍ଭରୁ ଚାଷୀ ବିଚଳିତ ହୋଇ ପଡିଥିଲେ। କଷ୍ଟମଷ୍ଟ ଧାନ ରୋଇ ଥିଲେ ମଧ୍ୟ ଦୁଇ ମାସ ହେଲା ବର୍ଷା ନ ହେବାଯୋଗୁଁ ଚାଷୀ ହତାଶ ହୋଇପଡ଼ିଥିବା ସହ ଗୁରୁତର ମରୁଡି ଦେଖା ଦେଇଛି. ଆଉ ମାତ୍ର କେତୋଟି ଦିନ ପରେ କୃଷକ ଜମିରୁ ଧାନ ଅମଳ କରି କରିଥାନ୍ତା । ବର୍ଷା ଅଭାବରୁ ଫସଲ ଉଜୁଡି ଗଲା। ଅଳ୍ପ ଦିନ ତଳେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ବଥବା ଓ କୀଡିଗାଁରେ ଥିବା ମେଗା ଲିଫ୍ଟ ପଏଣ୍ଟ ପରିଦର୍ଶନ କରିଥିଲେ। ବର୍ଷା ଅଭାବରୁ ନଦୀରେ ପାଣି କମ୍ ରହିଥିବାରୁ ଉଠା ଜଳ ସେଚନ କାମରେ ଲାଗିଲାନି । ବର୍ଷା ଅଭାବରୁ ଆବଶ୍ୟକ ପାଣି ଜମିକୁ ପହଞ୍ଚି ପାରୁ ନାହିଁ । ଚଳିତ ବର୍ଷର ଏଭଳି ମରୁଡି ପରିସ୍ଥିତି ଯୋଗୁ ଚାଷୀମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି. ତେଣୁ ସରକାର ଚାଷୀମାନଙ୍କୁ ପରିବାର ପରିପୋଷଣ ତଥା ଋଣ ପରିଶୋଧ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଆବଶକ୍ୟ ସହାୟତା ପ୍ରଦାନ କରନ୍ତୁ.