ସାର୍ଥା ଓ ବାହାବଳପୁର ପଞ୍ଚାୟତରେ ବିଜେପିର ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଞ୍ଚାୟତର ଭିତରଗନ୍ଧିଆ ଓ ବାହାବଳପୁର ପଞ୍ଚାୟତରେ ସଦର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଦଳର ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସର୍ବପ୍ରଥମେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ଉକ୍ତ ବୈଠକରେ ସଦରର ନେତା ମାନସ କୁମାର ଦତ୍ତ ଆଗାମୀ ଦିନରେ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ତାଲିକା ଭୁକ୍ତ କରିବା, ପଞ୍ଚାୟତରେ ବିଭିନ୍ନ ଜନ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ତଥା ଦଳର ସଂଗଠନ ବିଷୟ ଆଦି ଦିଗରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା ରଖିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ଆହ୍ୱାନ କରିଥିଲେ । ପରେ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣହୁଙ୍କାର ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗତ ୨୩ ବର୍ଷର ସରକାରରେ ଓଡିଶାକୁ କେବଳ ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧି ହିଂସା, ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଏକ ଶାସନ ବ୍ୟବସ୍ଥା ମିଳିଛି । ରାଜ୍ୟରେ ସରକାରୀ ବିରୋଧି ଜନଆକ୍ରୋଶ ବଢିଚାଲିଛି । ରାଜ୍ୟରେ ଦୁର୍ନୀତି ସୀମା ଲଂଘିଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ କରାଯାଉଛି । ଆଜି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା, ରାସନ କାର୍ଡ, ପାଇଖାନା ସବୁଥିରେ ଦୁର୍ନୀତି ହୋଇଛି । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ମାନସ ଦତ୍ତ ଆହ୍ୱାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ, ସରପଞ୍ଚ ରାମନାରାୟଣ ଦିବେଦୀ, ରାଜେନ୍ଦ୍ର ଚାଟାର୍ଜୀ, ଭୁଦେବ ସାହୁ, ବିମଲ ସାହୁ, ବିଷ୍ଣୁପଦ ଧିଣ୍ଡା, ସୁକୁମାର ମଣ୍ଡଳ, ଆଶୁତୋଷ ମଣ୍ଡଳ, ସେଖ ଆକବର, ଭାଘୟଧର ଦାସ, ମଞ୍ଜୁଶ୍ରୀ ଗାୟନ, ଆନନ୍ଦ ମାଇତି, କଟ ଦାସ, ଜଗନ୍ନାଥ ମାଇତି, ଲୋକନାଥ ବେରା, ସୁଶିଲ ମଣ୍ଡଳ, ଶଶିକାନ୍ତ ବାରିକ, ସଞ୍ଜିତ ମଣ୍ଡଳ, ସମରେନ୍ଦ୍ର ରାଉତ, ଶ୍ରୀହରି ମଣ୍ଡଳ, ପ୍ରମୋଥ କୁମାର ପାତ୍ର, ତୋଫାନ ପାତ୍ର, ରାଜୀବ ରାଉତ, ପୃଥୀରାଜ ମଣ୍ଡଳ, ଲବ ଦାସ, ବିକାଶ ଚନ୍ଦ୍ର ମଣ୍ଡଳ, ଅଭିରାମ ଦାସ, ଉଦୟ ପାତ୍ର, କମଲ ରାଉତ, ନମିତା ପାତ୍ର, ଭାରତୀ ପାତ୍ର, ପୁଷ୍ପାଞ୍ଜଳୀ ଦାସ, ଗୀତାଞ୍ଜଳୀ ଦାସ, ହରପ୍ରିୟା ରାଉତ, ତରୁଲତା ଦାସ, ସୁରେନ୍ଦ୍ର ନାଥ ପାତ୍ର, ଶୁଭ୍ରାଂଶୁ ବାରିକ, ଗଣେଶ ମାଇତି, ଗଣେଶ ପାଲ, ମାନସ ମଣ୍ଡଳ, ନନ୍ଦଦୁଲାଲ ସାମନ୍ତ, ଶୁଭରଞ୍ଜନ ମାଇତି ପ୍ରମୁଖ ଉପସ୍ଥିତ ଥିଲେ ।