ବୁଗୁଡା ବ୍ଲକରେ ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବୁଗୁଡ଼ା, ( ସ୍ୱରୂପ ସୁମନ ମହାରଣା ) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ାର ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ନଭେମ୍ବର ୯ ତାରିଖଦିନ ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମ ଶିବିରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିସହ କେନ୍ଦ୍ର ସରକାର ରାଜ୍ୟରୁ ବିଭିନ୍ନ ଉପାୟରେ ବହୁ କୋଟି ଟଙ୍କାର ରାଜସ୍ୱ ନେଉଥିବା ବେଳେ ଓଡ଼ିଶାର ବିକାଶ ପାଇଁ ଅନୁଦାନ ଦେବାରେ ଅବହେଳା କରିଥିବାରୁ କଟୁ ସମାଲୋଚନା କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଜେଡିର ମୁଖପାତ୍ର ମିହିର ରାୟ ଓ ମାଷ୍ଟର ଟ୍ରେନର ସୌମ୍ୟ ରଂଜନ ମହାପାତ୍ର ଯୋଗଦେଇ ବୁଗୁଡା ବ୍ଲକର ବିଜୁ ଜନତା ଦଳ, ମହିଳା ବିଜୁ ଜନତା ଦଳ, ଯୁବ ବିଜୁ ଜନତା ଦଳ, ଛାତ୍ର ବିଜୁ ଜନତା ଦଳ ଓ ଜିଲ୍ଲା ପରିଷଦ ଜୋନାଲ କମିଟିର କର୍ମକର୍ତ୍ତାମାନଙ୍କୁ ସୋସିଆଲ ମିଡ଼ିଆ, ସହ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଶ୍ରୀ ମହାପାତ୍ର କର୍ମୀମାନଙ୍କୁ ଚାରି ଭାଗରେ ବିଭକ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଇଥିବା ଭିଡିଓ ବାର୍ତ୍ତା, ସାମାଜିକ ଗଣମାଧ୍ୟମକୁ ବହୁଳ ଭାବରେ ବ୍ୟବହାର କରିବା, ସରକାରଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚିବା ନେଇ ତାଲିମ ଦେଇଥିଲେ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିକୁ ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ବ୍ଲକ ବିଜେଡି ସଭାପତି ମଦନଗୋପାଳ ଦୋରା, ସମ୍ପାଦକ ହରିହର ବିଷୋୟୀ, ଯୁବ ବିଜେଡି ସଭାପତି ସୁଶାନ୍ତ ପୋଲେଇ, ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ , ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ, ନଗର ସଭାପତି କେ. ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା ଓ ସମିତା ସ୍ବାଇଁ, ଜିତେନ୍ଦ୍ର ନାୟକ, ଦିଲ୍ଲେଶ୍ବର ପାତ୍ର, ବିଚିତ୍ର ପାଣିଗ୍ରାହୀ, କେ. ନୀଳମାଧବ ଆଚାରୀ, ଖଦାଳ ଖଟେଇ, ବସନ୍ତ ଦଳେଇ, ମହିଳା ବିଜେଡି ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଗୌଡ଼, ରିଙ୍କି ଦାସ, ଭାଗ୍ଯଲତା ବିଷୋୟୀଙ୍କ ସମେତ ବ୍ଳକ ଓ ଏନଏସିର ଛାତ୍ର ବିଜେଡି, ଯୁବ ବିଜେଡି, ମହିଳା ବିଜେଡି ଓ ବିଜେଡିର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ