ଆଇନଜୀବିଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତୀୟ ଆଇନଜୀବି ଦିବସ ୨୦୨୨ ପାଇଁ ନୂଆଦିଲ୍ଲୀଠାରେ ସୁପ୍ରିମକୋର୍ଟର ସଭାପତି ତଥା ଆନ୍ତର୍ଜାତୀୟ କାଉନସିଲ୍ ଅଫ୍ ଜୁରିଷ୍ଟର ସଭାପତି ଡଃ ଆଦିଶ ଅଗ୍ରୱାଲଙ୍କ ଦ୍ୱାରା ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ଅନିଲ କୁମାର ପରିଡ଼ାଙ୍କୁ ଓଡ଼ିଶାର ଆଇନଜୀବି ମାନଙ୍କ ପାଇଁ କାର୍ଯ୍ୟ କରିବା ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଗତ ୮ ତାରିଖରେ ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବି ଶ୍ରୀ ପରିଡ଼ା ବର୍ତ୍ତମାନ ସ୍ୱତନ୍ତ୍ର ପି.ପି ଭାବେ ବାଲେଶ୍ୱର କୋର୍ଟରେ କାର୍ଯ୍ୟରତ । ସେ ପୂର୍ବରୁ ବାଲେଶ୍ୱର ବାରର ୫ଥର ସଭାପତି ଓ ଥରେ ସମ୍ପାଦକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ସଚେତନ ନାଗରିକ ଫୋରମ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି ଶ୍ରୀ ପରିଡ଼ାଙ୍କୁ ସମ୍ମାନିତ କରି କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ