ବିଦ୍ୟାଧରପୁର ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରପଡାକୁ ଉଠିଯିବାକୁ ବିରୋଧ କଲେ ଚାଷୀ

ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ଥିବା ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରପଡାକୁ ଉଠିଯିବାକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଧରପୁର ଠାରେ ଦୀର୍ଘବର୍ଷ ଧରି ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଥିବା ବେଳେ ଏହା ଅଧିନରେ ଛେନାପଦି ଓ ବିଦ୍ୟାଧରପୁର ସେକ୍ସନ କାର୍ଯ୍ୟାଳୟ ଅଛି । ଚାଷୀମାନେ ସେମାନଙ୍କ ସମସ୍ୟା ନେଇ ବିଦ୍ୟାଧରପୁର ଯାଇଥାନ୍ତି । କିନ୍ତୁ ଏବେ ଏହି କାର୍ଯ୍ୟାଳୟକୁ ଆଗରପଡାକୁ ଉଠାଇ ନେବାକୁ ବିଭାଗୀୟ କର୍ତ୍ତୁପକ୍ଷ ନିଷ୍ପତି ନେଇଛନ୍ତି । ଯାହାକୁ ନେଇ ବିଦ୍ୟାଧରପୁର ଓ ଛେନାପଦି ଅଞ୍ଚଳରେ ଚାଷୀ ଓ ପାଣିପଞ୍ଚାୟତ ସଦସ୍ୟ ମାନଙ୍କ ଭିତରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି । ଆଜି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଛେନାପଦି ବିଦ୍ୟାଧରପୁର ଆସିଥିବାବେଳେ ଚାଷୀମାନେ ତାଙ୍କୁ ଘେରି ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ଏପରି ନିଷ୍ପତିକୁ ପ୍ରତ୍ୟାହର କରନ୍ତୁ ବୋଲି ଦାବି କରିଥିଲେ । ଚାଷୀମାନେ ଏନେଇ ଲିଖିତ ଆକାରରେ ଦିଅନ୍ତୁ ବିଚାର କରାଯିବ ବୋଲି ମୁକ୍ୟଯନ୍ତ୍ରୀ କହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ