ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟାଳୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀବଳଦେବଜୀଉଙ୍କ ପୀଠରେ ହବିଷ୍ୟାଳୀଙ୍କ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଆସନ୍ତା ୨୧ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ଆସୁଥିବା ହବିଷ୍ୟାଳୀମାନଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିସହିତ ସାଧୁସନ୍ଥମାନଙ୍କ ଗହଣରେ ଏକ ସତସଙ୍ଗ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଶ୍ରୀଜୀଉଙ୍କ ପୀଠରେ ସରକାରୀ ସହଯୋଗରେ କିଭଳି ହବିଷ୍ୟାଳୀ ଉତ୍ସବ ପ୍ରତିବର୍ଷ ପାଳିତ ହୋଇପାରିବ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସଠିକ ଭାବରେ ଅବଗତ କରାଇବା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ଶ୍ରୀ’ମା ପରାମର୍ଶ ଦେଇଥିଲେ । ଏହି ବୈଠକରେ ଭାଗୀରଥି ଜେନା, ନିରଞ୍ଜନ ମେକାପ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ବିରେନ୍ଦ୍ର ଦାସ, ସୁମିତ୍ରା ପାଢୀ, ରୀତାରାଣୀ ନାଥ, ଶାରଳା ମହାରଣା, ଦେବେନ୍ଦ୍ର ନାଥ ସାମନ୍ତ, ବଳରାମ ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ବଳଦେବ ସେନାର ମୁଖ୍ୟ ପପୁନ ସ୍ୱାଇଁ, ଅମର କୁମାର ବାରିକ, ଆଶୁତୋଷ ପଣ୍ଡା, ଆଶିଷ ପ୍ରଧାନ, ନିଳମାଧବ ବେହେରା, ପ୍ରତିକ ଅନୁରାଗ ଦାସ, ହିମାଂଶୁ ରାଉତ, ଶ୍ରୀଧର ମହାନ୍ତି, ବ୍ରହ୍ମଚାରୀ ନୃସିଂହ ଦାସ ପ୍ରମୁଖ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ