ଜିଲ୍ଲା ସ୍ତରୀୟ ସମାଜସେବୀ ଓ ସାମାଜିକ କର୍ମୀ ସମ୍ମାନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଅଙ୍ଗୁଳେଇ ଗ୍ରାମପଞ୍ଚାୟତର କୁଳାପଡା ଗ୍ରାମର ବିଲନାହାକାଣୀ ପୀଠରେ ଏକ ଜିଲ୍ଲା ସ୍ତରୀୟ ସମାଜସେବୀ ଓ ସାମାଜିକ କର୍ମୀ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନବିକତା ହିଁ ଶ୍ରେଷ୍ଠ ଧର୍ମ, ମାନବସେବା ହିଁ ମାଧବ ସେବା, ସଚେତନତା ହିଁ ପରିବର୍ତ୍ତନ, ଏକତା ହିଁ ବଳ, ନିଃଶ୍ୱାର୍ଥପର ଭାବେ ସକ୍ଷମ ହିସାବରେ ସହଯୋଗ କରିବା ଏବଂ ସମାଜସେବୀ ଭାବେ ଯେଉଁଭଳି ସମାଜରେ ପରିବର୍ତ୍ତନ ଆଣି ସମାଜରେ ସମର୍ପିତ ମନୋଭାବ ରଖି କାର୍ଯ୍ୟ ଜାରି ରଖିଥରବା ବ୍ୟକ୍ତି ବିଶେଷଙ୍କୁ ସାଇ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ଶାଖା ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକ ଲକ୍ଷ୍ମଣନାଥ ଶର୍ମା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ନିରଞ୍ଜନ ପରିଡା, ଅଙ୍ଗୁଳାଇ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ଅଜୟ ରାଉତ, ସମାଜସେବୀ ଶସ୍ମୀତା ସାମଲ, ସଭ୍ୟ ତୁଳସୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ସାଇ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ରାଜକିଶୋର ପ୍ରଧାନ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ନମିତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ